୨୦ ଫୁଟ ତଳକୁ ଖସିଲା କାର୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର ୫ ଜଣ ଯୁବକ ବରଗଡ଼ ଜିଲ୍ଲାକୁ ବାହାଘର ଭୋଜିରେ ଯୋଗ ଦେଇ ଏକ କାର ଯୋଗେ ଫେରୁଥିଲେ। ସେହି ସମୟରେ ଆମ୍ବାଦଳା ଥାନା ବନ୍ଧଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ପୋଲ ନିକଟରେ କାର୍ ୨୦ ଫୁଟ ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।  ମୃତାହତଙ୍କ ଘର ଆନ୍ଧ୍ର ପ୍ରଦେଶର କାକିନାଡ଼ା ସହରର। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ସୂଚନା ମୁତାବକ,  ଆଜି ଭୋର ୪ଟା ସମୟରେ ୫ଜଣ ସାଙ୍ଗ ଏକ କାର୍‌ରେ ବରଗଡ଼ରେ ଥିବା ବିବାହ ଭୋଜିରେ ଯୋଗ ଦେଇ ଫେରୁଥିଲେ। ବନ୍ଧଗୁଡା ଗ୍ରାମ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା।

ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଖବର ଲେଖାଯିବା ସୁଦ୍ଧା ଅନ୍ୟଜଣେ ଯୁବକ କାର୍‌ ଭିତରେ ଚାପି ହୋଇ ରହିଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉକ୍ତ ଯୁବକଙ୍କୁ କାର୍‌ରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.