ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୋର ଥାନା ହଦ ଗ୍ରାମର ଖୁଣ୍ଟିଆ ମାଝୀ(୪୫) ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀ ପାର୍ବତୀ ମୁର୍ମୁ (୪୨) ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଜାତପଦା ଗାଁରେ ଘଟିଛି। ମୃତ ପତିପତ୍ନୀ ହେଲେ ଖୁଣ୍ଟିଆ ମାଝୀ ଓ ପତ୍ନୀ ପାର୍ବତୀ ମୁର୍ମୁ l
ଜାତପଦା ନିକଟରେ ଥିବା ଦେବଗିରି ପାହାଡ଼ ଉପରେ ଉଭୟଙ୍କ ମୃତଦେହ ଠାବ କରାଯାଇଛି। ଖୁଣ୍ଟିଆ ମାଝୀ ପୂର୍ବରୁ ବିବାହିତ ଥିବା ବେଳେ ହସଖୁସିରେ ଚାଲିଥିଲା ସଂସାର। ମାତ୍ର ଅସୁସ୍ଥତା ହେତୁ ଗତ ବର୍ଷ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ପ୍ରାୟ ୨ ମାସ ହେବ ପାର୍ବତୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସବୁ କିଛି ଠିକ୍ ଚାଲିଥିବା ବେଳେ ଗତ ମଙ୍ଗଳବାରଠୁ ଉଭୟ ଖୁଣ୍ଟିଆ ଓ ପାର୍ବତୀଙ୍କ ଘରୁ ଗାଏବ ହୋଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୁଲିସ୍କୁ ଅବଗତ କରିଥିଲେ।
ମାତ୍ର ପୁଲିସ୍ ବି ସେମାନଙ୍କ ପତ୍ତା ପାଇ ପାରୁ ନ ଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଖୁଣ୍ଟିଆଙ୍କ ଝିଅ ତାଙ୍କୁ ଚିହ୍ନଟ କରିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନି।
Comments are closed.