ମେ ୨୯ ମିଡନାଇଟ ଅପରେସନ୍ ଠୁ ବିଦେଶ ଯାଇନାହାନ୍ତି ମୁଖ୍ୟମନ୍ତ୍ରୀ, ଆସନ୍ତା ୨୮ରେ ଯିବେ ବିଦେଶ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ୨୦୧୨ ମେ ୨୯ ମିଡନାଇଟ ଅପରେସନ୍ ଠୁ ବିଦେଶ ଯାଇନାହାନ୍ତି ମୁଖ୍ୟମନ୍ତ୍ରୀ । ତେବେ ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ୍ ୨୮ରେ ମୁଖ୍ୟମନ୍ତ୍ରୀ ଯିବେ ବିଦେଶ। ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ନବୀନ ପଟ୍ଟନାୟକଙ୍କ ଗସ୍ତର ମୁଖ୍ୟ କାର‌୍ୟ୍ୟକ୍ରମ ରହିବ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇ ଯିବେ। ସେଠାରେ ଅୟୋଜିତ ହେବାକୁ ଥିବା ଇନଭେଷ୍ଟମେଣ୍ଟ ମିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନଭେଷ୍ଟମେଣ୍ଟ ହବ୍ ହୋଇଥିବା ବେଳେ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ ଦେବେ । ଏହା ପରେ ମୁଖ୍ୟମନ୍ତ୍ରୀ ଦୁବାଇରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ଦୁବାଇ କାର‌୍ୟ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତ କରିବେ ବୋଲି ଜଣାଯାଇଛି। ସେଠାରେ ସେ ରୋମ୍ ଇନଭେଷ୍ଟର୍ସ ମିଟ୍ରେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଅଆନ କନସଲେଟ୍ ପକ୍ଷରୁ ଏଥିନିମନ୍ତେ କାର‌୍ୟ୍ୟକ୍ରମ ସ୍ଥିର ହୋଇଛି।

Leave A Reply

Your email address will not be published.