ଅଟୋ ଷ୍ଟାଣ୍ଡକୁ କେନ୍ଦ୍ର କରି ମାଷ୍ଟର କ୍ୟାଣ୍ଟିଂନ ଛକରେ ଉତ୍ତେଜନା, ରାସ୍ତା ରୋକ କଲେ ଶତାଧିକ ଲୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୁଧବାର ରାତି ଆଠଟା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋ ରଖି ବାକୁ କେନ୍ଦ୍ର କରି ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ ଓ ଓଡିଶା ଡ୍ରାଇଭର ମହାସଂଘ ମଧ୍ୟରେ ମାର ପିଟ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା।ସେଠାରେ ପୂର୍ବରୁ ଅଟୋ ରଖୁଥିବା ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗ୍ରୁପ ସ୍ଥାନରେ ଓଡିଶା ଡ୍ରାଇଭର ମହାସଂଘ ର କେତେକ ଅଟୋ ଚାଳକ ଗାଡି ଆଣି ବଳ ପୂର୍ବକ ରଖିବାରୁ ଯୁକ୍ତିତର୍କ ହୋଇ ପରସ୍ପର ମଧ୍ୟରେ ହାତା ହାତି ହୋଇଥିଲେ।ପରେ ସ୍ମାର୍ଟସିଟି ଅଟୋ ଗ୍ରୁପ ର ଅଟୋ ଚାଳକ ମାନେ ହଠାତ ମାଷ୍ଟର କ୍ୟାଣ୍ଟି ନ ଛକ ଉପରକୁ ଆସି ନିଜନିଜର ଅଟୋ ଗୁଡିକୁ ମୁଖ୍ୟ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଦେଇଥିଲେ।ଯାହା ଫଳରେ ସେଠାରେ ଯାନବାହନ ଚଳାଚଳ ସଂପୂଣ୍ଣ ଭାବେ ଠପ ହୋଇଯିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ କ୍ୟାପିଟାଲ ଥାନା ଅଧିକାରୀ ଥାନା ଷ୍ଟାଫ ମାନକୁ ଧରି ଘଟଣା ସ୍ଥଳରେ ପହଂଛି ରାସ୍ତା ରୋକ ହଟାଇ ବାକୁ ଉଦ୍ୟମ କରିଥିଲେ।ପରେ ପରେ ଟ୍ରାଫିକ ଏସିପି,ଖାରବେଳ ଥାନା ଅଧିକାରୀ ତୁରନ୍ତ ଘଟଣା ସ୍ଥଳ ରେ ପହଂଛି ପୋଲିସ ଫୋର୍ସ ସହାୟତାରେ ରାସ୍ତା ରାସ୍ତା ଅବରୋଧ ହଟାଇଥିଲେ।

Leave A Reply

Your email address will not be published.