ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ । ଅଖଣ୍ଡ ଭାରତ, ସଶକ୍ତ ଭାରତର ସ୍ବପ୍ନ ଦେଖିଥିବା ଲୌବମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀରେ ଶତ ଶତ ପ୍ରଣାମ କରୁଛନ୍ତି ଦେଶବାସୀ । ମହାନ ବ୍ୟକ୍ତିତ୍ବଙ୍କ ଜନ୍ମଜୟନ୍ତୀରେ ଗୁଜୁରାଟର ଏକତା ନଗରରେ ଭବ୍ୟ ଉତ୍ସବ ଆୟୋଜିତ ହୋଇଛି । ଲୌହମାନବଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକାଦା ଦିବସ ରୂପେ ପାଳନ ହେଉଛି । ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ପଟେଲ ୫୬୨ ରାଜକୁମାର ରାଜ୍ୟକୁ ଭାରତ ୟୁନିଅନରେ ଏକୀକରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଷ୍ଟ୍ର ଏକତା ପାଇଁ ସର୍ଦ୍ଦାର ପଟେଲଙ୍କ ଉଦ୍ୟମକୁ ସ୍ୱୀକାର କରିବା ପାଇଁ ‘ଜାତୀୟ ଏକତା ଦିବସ’ ପାଳନ କରାଯାଏ।

ଜାତୀୟ ଏକତା ପ୍ରତି ତାଙ୍କର ପ୍ରୟାସ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ‘ଭାରତର ଲୌହ ମାନବ’ କରିଦେଲା। ପଟେଲଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୩୧ ଅକ୍ଟୋବରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ୨୦୧୪ରେ କେନ୍ଦ୍ରର ମୋଦୀ ସରକାର ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ୩୧ ଅକ୍ଟୋବରରେ ‘ଜାତୀୟ ଏକତା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକତା ନଗରରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଛି । ବିଏସଏଫ ଏବଂ ବିଭିନ୍ନ ରାଜ୍ୟ ପୋଲିସ ବଳ ଦ୍ବାରା ରାଷ୍ଟ୍ରୀୟ ଏକତା ପ୍ୟାରେଡର ଆୟୋଜନ ସହ ସିଆରପିଏଫର ସମସ୍ତ 75 ମହିଳା ବାଇକର୍ସଙ୍କ ଫ୍ଲାଗ-ଇନ କାର୍ଯ୍ୟକ୍ରମ ହୋଇଛି । ଏହାସହିତକ ଭାରୀତୟ ବାୟୁସେନା ସୁଖୋଇ 30 ଫ୍ଲାଏ ଫାଷ୍ଟ କାର୍ଯ୍ୟକ୍ରମ ହୋଇଛି । ବିଏସଏଫ ଦ୍ବାରା ମହିଳା ପାଇପ ବ୍ୟାଣ୍ଡ କାର୍ଯ୍ୟକ୍ରମ ହୋଇଛି । 75 ମହିଳା ବାଇକର୍ସ ଡେୟାର ଡେଭିଲ ଶୋ’ ହୋଇଛି । ଗୁଜୁରାଟ ମହିଳା ପୋଲିସ ଦ୍ବାରା ମଧ୍ୟ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଟେଲ ଚୌକରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ଉପ-ରାଷ୍ଟ୍ରପତି ଜଗଦୀପ୍ ଧନକଡ୍, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଜିଲ୍ଲା ଉପ-ରାଜ୍ୟପାଳ ଭିକେ ସାକ୍ସେନା ମଧ୍ୟ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅନ୍ୟପଟେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାରେ ନିଜକୁ ସମର୍ପିତ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ଶପଥ ପାଠ କରାଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।

Leave A Reply

Your email address will not be published.