ବର୍ଷାରେ ଫିକା ପଡ଼ିବ କି ରଜ !

0

ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁବା ସହ ବର୍ଷା ହୋଇଛି । ଏହାସହ ରାଜ୍ୟର କେତେକ ଅଞ୍ଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ୨୪ଘଣ୍ଟା ମଧ୍ୟରେ ଆହୁରି ଅଧିକ ସକ୍ରିୟ ହେବ ମୌସୁମୀ । ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ହେବାକୁ ଆହୁରି ୨ଦିନ ଲାଗିପାରେ ବୋଲି ସୂଚନା ରହିଛି । ୨୪ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆସୁଥିବା ଓଡ଼ିଆ ପର୍ବ ରଜ ଫିକା ପଡ଼ିପାରେ । ନୂଆପଡ଼ା ଓ ନବରଙ୍ଗପୁରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.