ଠାକୁରମୁଣ୍ଡା(ଓଡ଼ିଆ ନ୍ୟୁଜ୍): ପତ୍ନୀଙ୍କୁ ହାଣି ପୋତିଦେଲା ପିଶାଚ ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ହାତଗୋଡ଼ା ପଞ୍ଚାୟତ ବେହେରା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ରାଜେନ୍ଦ୍ର ମହାକୁଡ଼ (୪୦) ପତ୍ନୀ ପ୍ରତିମା ମହାକୁଡ଼ (୩୫)ଙ୍କ ଚରିତ୍ର ଉପରେ ସଂଦେହ କରି କଟୁରିରେ ପତ୍ନୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଛି। ଆଉ ସେହି କଟାମୁଣ୍ଡକୁ ପୋତି ଦେଇଛି।
ସୂଚନାଯୋଗ୍ୟ, ଆଜି ସକାଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ରାଜେନ୍ଦ୍ର ରାଗିଯାଇ ପ୍ରତିମାଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲା। ସେ ତାଙ୍କର ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ଏମିତିକି କଟାମୁଣ୍ଡକୁ ଗୁହାଳ ଘରେ ଗାତ କରି ପୋତି ଦେଇଥିଲା। ପରେ ସେ ଥାନାକୁ ଯାଇ ଆତ୍ମସମର୍ପଣ କରିଛି।