ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ୨୦୩୬ ସୁଦ୍ଧା ପ୍ରଗତିର ନୂତନ ସୂର୍ଯ୍ୟୋଦୟ | ୨୦୩୬ ସୁଦ୍ଧା ହେବ ବିକଶିତ ଓଡ଼ିଶାର ଅଭ୍ୟୁଦୟ | ରାଜ୍ୟ ସରକାରଙ୍କ ୧୦୦ଦିନର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ସ୍ଵଂୟଶାସିତ ମହାବିଦ୍ୟାଳୟ ପଡିଆରେ ଦିବା ୧୧.୦୦ଘଟିକା ସମୟରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ସାଂସ୍କୃତିକ ମହୋତ୍ସବ-୨୦୨୪ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା | ଏହି ଅବସରରେ ଶ୍ରୀମତୀ ପରିଡା ବିଜେପି ସରକାରଙ୍କ ୧୦୦ଦିନର ସୁଶାସନ ଏବଂ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିବା ସହ କହିଥିଲେ ଯେ ଏହା ହେଉଛି ଲୋକଙ୍କ ସରକାର; ଜନଭାଗିଦାରୀରେ ଚାଲିଛି |

ସରକାର ନିର୍ବାଚନୀ ପ୍ରତିଶୃତି ପୂରଣ କରିବାରେ ବଦ୍ଧପରିକର | ସେ ଶ୍ରୀମନ୍ଦିରର ୪ଦ୍ଵାର ଖୋଲିବା କଥା ହେଉ କିମ୍ବା ରତ୍ନ ଭଣ୍ଡାରର ଗଣତି ଭଣତି ହେଉ | ରାଜ୍ୟସରକର ପ୍ରତିଶୃତି ଦେଇଥିଲେ କୃଷି ଓ କୃଷକର କଲ୍ୟାଣ ପାଇଁ | ଧାନର ଏମଏସପି ୩୧୦୦ଟଙ୍କା କାର୍ଯ୍ୟକାରୀ ହୋଇଛି | ୯୨୫କୋଟି ଟଙ୍କା ସିଏମ କିଶାନ ଯୋଜନାରେ ସହାୟତା ରାଶି କୃଷକମାନଙ୍କୁ ପ୍ରଦାନ କରାଯାଇଛି | କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରଙ୍କର ସୁଭଦ୍ରା ଯୋଜନାରେ ୩,୪୫,୧୦୨ମହିଳା ଅନଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୧,୦୦୦ରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୫୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି | କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମହିଳା ନିଜର ପ୍ରଥମ କିସ୍ତି ଟଙ୍କାରେ ଗୁପଚୁପ ଠେଲା ଗାଡିରେ ନିଜର ବ୍ୟବସାୟ ଆରମ୍ଭ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ |

ସୁଭଦ୍ରା ଯୋଜନା ଯୋଗୁଁ ନାରୀଶକ୍ତି ସଶକ୍ତ ହେବା ସହ ଆର୍ଥିକସ୍ତରରେ ସ୍ଵାବଲମ୍ବୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ | ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ରାଜ୍ୟ ସରକାର ୫୦୦କୋଟି ଟଙ୍କା କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି | କେନ୍ଦ୍ରାପଡ଼ା ପର୍ଯ୍ୟଟନ ସ୍ଥଳୀ ଭିତରକନିକା, ହୁକିତୋଲା ବତୀଘର, ସମ୍ପର୍କରେ ଅବତାରଣା ଦେବା ସହ ଜିଲ୍ଲାର ସ୍ଵାଧିନତା ସଂଗ୍ରାମୀମାନଙ୍କ ପ୍ରତି ଭକ୍ତିପୂତ୍ତ ଶ୍ରଦ୍ଧା ଜ୍ଞାପନ କରିଥିଲେ | ମହିଳା ସଶକ୍ତିକରଣ ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କେନ୍ଦ୍ରାପଡ଼ାର ଭୂମିକା ଅତୁଳନୀୟ | ପର୍ଯ୍ୟଟନ କ୍ଷେତ୍ରରେ ପାଣ୍ଠି ନିବେଶ ହୋଇପାରିଲେ କେନ୍ଦ୍ରାପଡ଼ା ଜିଲ୍ଲା ସାରା ବିଶ୍ଵରେ ପର୍ଯ୍ୟଟନ ପାଇଁ ବିଖ୍ୟାତ ହୋଇପାରିବ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ମହାକାଳପଡ଼ା ବିଧାୟକ ଡ଼. ଦୂର୍ଗା ପ୍ରସନ ନାୟକ ଉପମୁଖ୍ୟମନ୍ତ୍ରୀଙ୍କ ସମୁଖରେ ପ୍ରସ୍ଥାବ ରଖିଥିଲେ |

Leave A Reply

Your email address will not be published.