ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ନେଇ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ | ଆସନ୍ତାକାଲି ସ୍କୁଲ ଖୋଲିବାକୁ ଥିବା ବେଳେ ବର୍ତ୍ତମାନ ଯେପରି ଖରା ହେଉଛି ସେଥିରେ କଣ କରାଯିବ ନେଇ ସମସ୍ତେ ବ୍ୟତିବ୍ୟସ୍ତ ଥିଲେ।
ହେଲେ ଏହି ସମୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାପାଳ ମାନେ ଜିଲ୍ଲାର ସ୍ଥିତି ନେଇ ସ୍କୁଲ ଛୁଟି ହେବ କି ନାହିଁ ତାହା ନିଷ୍ପତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଆଜି ସ୍କୁଲ ଖୋଲିବା ନେଇ ନିଷ୍ପତି ନେଇଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଙ୍କ ସୂଚନା ଅନୁଯାୟୀ ‘ପାଣିପାଗ ବିଭାଗ ସୂଚନା ଓ ମୟୂରଭଞ୍ଜ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ୍ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି।