ଓଡିଆ ନ୍ୟୁଜ୍(ବ୍ୟୁରୋ): ନ୍ୟାୟିକ ବ୍ୟବସ୍ଥାରେ କାଗଜ ଶୂନ୍ୟ ବିଚାର ପ୍ରକ୍ରିୟା। ଉଦଘାଟିତ ହେଲା e-filing version 3.0, vulnerable witness disposition centres and virtual courtrooms ଓ odisha judicial workflow automation system। ଓଡ଼ିଶା ଜୁଡିସିଆଲ ଏକାଡେମୀ ଅଡ଼ିଟୋରୀୟମ ହଲରେ ଉଦଘାଟନ କଲେ ସୁପ୍ରିମକୋର୍ଟ ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୂଡ଼। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉପସ୍ଥିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ହାଇକୋର୍ଟ ବିଚାରପତିଙ୍କ ସମେତ ବାର ଆସୋସିଏସନ୍ ର ବରିଷ୍ଠ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ନିମ୍ନ ଅଦାଲତର ବିଚାରପତି ଓ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ। ଏହି ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ହାଇକୋର୍ଟ ତଥା ନିମ୍ନ ଅଦାଲତ ଗୁଡ଼ିକର ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ସୁଧାର ଆସିବ। ଶକ୍ତି,ଅର୍ଥ ଓ ସମୟ ବଞ୍ଚାଇବାରେ ସହାୟକ ହେବ ଏହି ବ୍ୟବସ୍ଥା। ଦୂରତା ଏକ ବାଧକ ହୋଇ ରହିବ ନାହିଁ।