ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା ।

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିଠାରୁ ଓଡ଼ିଶା ପାଗରେ ପରିବର୍ତ୍ତନ ଆସିଛି।  ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା । ଆଗାମୀ ୩ ରୁ ୪ ଦିନ ଯାଏ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ ।

ତେବେ କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବର ସମେତ ରାଜ୍ୟର କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ପାଳାଖେମୁଣ୍ଡିରେ ସର୍ବାଧିକ ୨୬.୬ ମିମି ବର୍ଷା ହୋଇଥିବା ବେଳେ ଗୋପାଳପୁରରେ ୧୫.୩, ଭୁବନେଶ୍ବରରେ ୧୦.୫, ନୟାଗଡ଼ାରେ ୧୪ ମିମି ବର୍ଷା ‌ହୋଇଛି। ଏହାବ୍ୟତୀତ ଚାନ୍ଦବାଲି, କଟକ, ପାରାଦୀପ, ପୁରୀ, ସମ୍ବଲପୁର, ଛତ୍ରପୁର ସହରରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗିରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି ଓ କନ୍ଧମାଳ। ସେହିପରି ଆଜି ୧୪ ଜିଲ୍ଲାକୁ ଘଡ଼ଘଡ଼ି ସହ ପବନ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୦ ତାରିଖ ଯାଏ କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାର ପ୍ରଭାବରେ ଆଗାମୀ ୩ରୁ ୪ ଦିନ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବାର ସମ୍ଭାବନା ରହିଛି।

Leave A Reply

Your email address will not be published.