ବାଂଲାଦେଶରେ ହେବ ପ୍ରଥମ DIGITAL ଜନଗଣନା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାଂଲାଦେଶରେ ଆସନ୍ତା ଜୁନ ୧୫ରୁ ୨୧ ତାରିଖ ମଧ୍ୟରେ ପ୍ରଥମ ଡିଜିଟାଲ୍ ଜନଗଣନା ହେବ। ଏହା ବାଂଲାଦେଶର ଷଷ୍ଠ ଜନଗଣନା। ଏଥିରେ ୩ ଲକ୍ଷ ୭୦ ହଜାର ଜନଗଣନାକାରୀ, ୬୪ ହଜାର ପର୍ୟ୍ୟବେକ୍ଷକ ଓ ୪ ହଜାର ୫୦୦ ଅଫିସର ଅଂଶ ଗ୍ରହଣ କରିବେ। ଇତି ମଧ୍ୟରେ ଜନଗଣନାକାରୀ ଅଫିସରମାନଙ୍କ ପାଇଁ ତାଲିମ କାର୍ୟ୍ୟକ୍ରମକୁ ବାଂଲାଦେଶ ଅର୍ଥମନ୍ତ୍ରୀ ଏଏଚଏମ ମୁସ୍ତାଫା କମାଲ ଉଦ୍ଘାଟନ କରିଛନ୍ତି। ଷଷ୍ଠ ଜନଗଣନାକୁ ସଫଳ କରିବା ଲାଗି ସେ ଲୋକମାନଙ୍କୁ ସଠିକ୍ ତଥ୍ୟ ଦେବାକୁ ନିବେଦନ କରିଛନ୍ତି।

ଏହି ଜନଗଣନାରେ ଭୌଗଳିକ ସୂଚନା ବ୍ୟବସ୍ଥା-ଜିଆଇଏସ ଜଡିତ ଡିଜିଟାଲ ମ୍ୟାପ ବ୍ୟବହାର କରାଯାଇ କମ୍ପ୍ୟୁଟର ଆସିଷ୍ଟେଡ଼ ପର୍ଶନଲ ଇଣ୍ଟରଭିଉଇଙ୍ଗ ମାଧ୍ୟମରେ ସମସ୍ତ ବାସଗୃହର ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ବାଂଲାଦେଶ ଏହି ଜନଗଣନାର ନାଁ ‘ପପୁଲେସନ ଆଣ୍ଡ ହାଉସିଂ ସେନସସ-୨୦୨୨’ ରଖାଯାଇଛି। ସେଠାରେ ଜୁନ ୧୫ରୁ ୨୧କୁ ଜନଗଣନା ସପ୍ତାହ ଭାବେ ପାଳନ କରାଯିବ। ଏହି ଡିଜିଟାଲ ଗଣନା ବେଳେ ଜୁନ ୧୪ ମଧ୍ୟରାତ୍ରିକୁ ଜନଗଣନା ସମୟ ଭାବେ ଗ୍ରହଣ କରାଯିବ।

Leave A Reply

Your email address will not be published.