ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବ ନିର୍ବାଚିତ ବିଧାୟକ ଅଶୋକ ଦାସଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା। ସମାପ୍ତ ହୋଇ ଯାଇଛି ସାଧାରଣ ନିର୍ବାଚନ। ଚଳିତ ନିର୍ବାଚନରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ଙ୍କୁ ପରାସ୍ତ କରି ଦୀର୍ଘ ୩୫ ବର୍ଷ ପରେ କଂଗ୍ରେସ ଦଳ କ୍ଷମତା କୁ ଫେରିଛି। ବିଧାୟକ ଭାବେ ଅଶୋକ କୁମାର ଦାସ ନିର୍ବାଚିତ ହୋଇ ବିଧାନ ସଭା ରେ ଶପଥ ପାଠ ନେଇ ସାରି ଛନ୍ତି। ଅଶୋକ କୁମାର ଦାସ ଙ୍କ ବିଜୟ ପରେ ବାସୁଦେବପୁର ରେ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହୋଇ ଯାଇଛି।
ଶୁକ୍ରବାର ଦିନ ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ନୀଳ ମଣି ମାର୍କେଟ କମ୍ପ୍ଲେକ୍ସ ଆଗ ରେ ନବ ନିର୍ବାଚିତ ବିଧାୟକ ଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇ ଯାଇଛି। ପ୍ରଥମେ ଏକ ବିଶାଳ ଜନସମାଗମ ରେ ଶୋଭାଯାତ୍ରା ପଦ୍ମ ପୁର ରୁ ବାହାରି ବିଭିନ୍ନ ସ୍ଥାନ ବୁଲି ବାସୁଦେବପୁର କୁ ଆସିଥିଲା। ବାସୁଦେବପୁର ବଜାର ରେ ମଧ୍ୟ ଏକ ବିରାଟ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଥିଲା। ପରେ ବ୍ଲକ୍ ସଭାପତି ରମେଶ ଚନ୍ଦ୍ର ବଳ ଙ୍କ ସଂଯୋଜନା ରେ ସଭା କାର୍ଯ୍ୟ ଆୟୋଜିତ ହୋଇ ଥିଲା । ନଗର ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ, ମହିଳା ନେତ୍ରୀ ମଞ୍ଜୁଲତା ପଣ୍ଡା, ଆରତୀ ବିଶ୍ଵାଳ, ବିଜୟ ମହାନ୍ତି, ରତ୍ନାକର ମଲ୍ଲିକ, ସୁବାସ ସନ୍ଧି ବିଗ୍ରହ, ବ୍ଲକ୍ ଯୁବ କଂଗ୍ରେସ ସଭାପତି ସିଦ୍ଧାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।
ନବ ନିର୍ବାଚିତ ବିଧାୟକ ଅଶୋକ କୁମାର ଦାସ ଏ ବିଜୟ ସମସ୍ତ ବାସୁଦେବପୁର ବାସୀ ଙ୍କ ବିଜୟ ବୋଲି କହିବା ସହ ବାସୁଦେବପୁର ର ସମସ୍ତ ଜନ ସାଧାରଣ ଙ୍କ ମଙ୍ଗଳ କାମନା କରିଥିଲେ। ଦଲ ମତ ନିର୍ବିଶେଷରେ ସମସ୍ତ ଙ୍କ ପାଇଁ କାର୍ଯ୍ୟ କରିବା ସହ ଏକ ଅଭିଯୋଗ ପ୍ରକୋଷ୍ଠ କରାଯିବ ଓ ବାସୁଦେବପୁର ଜନ ସାଧାରଣ ନିଜ ର ଅଭିଯୋଗ ସେଇଥିରେ ଦେବେ ଓ ସେ ସରକାରୀ ଅଫିସର ମାନଙ୍କ ସହ ଆଲୋଚନା କରି ସମାଧାନ କରିବେ ବୋଲି କହିଥିଲେ। ଆୟୋଜିତ୍ ଏହି ସମ୍ବର୍ଧନା ଉତ୍ସବରେ ରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ।