ସାଲେପୁରରେ କହାକୁ ଭରସାକୁ ନେବେ ହାଇକମାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଅନ୍ୟ ସବୁ ଦଳ ଅପେକ୍ଷା ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ତେବେ ବିଜେଡିର ତୃତୀୟ ମହଲା ପକ୍ଷରୁ ପ୍ରସ୍ତୁତ ଜୋରଦାର ଚାଲିଛି । କିନ୍ତୁ ଏହା ରି ଭିତରେ ଆସିଛି ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ ଧରିବ ମଙ୍ଗକୁ ନେଇ ଚର୍ଚ୍ଚା । ତେବେ ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଗଣ୍ଡାଗଣ୍ଡା ନୂଆ ମୁହଁ |

ପ୍ରଶାନ୍ତ ବେହେରାଙ୍କ ଉପରେ କର୍ମୀ କାଳେ ସନ୍ତୁଷ୍ଟ ନୁହଁନ୍ତି | ତାଙ୍କଠୁ କରଛଡ଼ା ଦେଲେଣି | ପ୍ରଶାନ୍ତ ବେହେରାଙ୍କୁ ଲୋକ ଚାହୁଁନାହାନ୍ତି | ବିକାଶ କରିବାରେ ସେ ପୁରା କଳେ ଫେଲ | ବିଜେଡି ସବୁଠି ଏଥର ନୂଆ ମୁହଁକୁ ଗୁରୁତ୍ୱ ଦେଉଛି | ସେଥିପାଇଁ ବିଧାୟକଙ୍କ ବିରୋଧରେ ଏକାଧିକ ନୂଆ ମୁହଁ ଠିଆ ହେଲେଣି | ତାଙ୍କ ଭିତରୁ ଅପୂର୍ବା ଅପରୂପା, ହିମାଂଶୁ ମହାନ୍ତି ଓ ବିଶେସ୍ୱର ସ୍ୱାଇଁ ,ଏହି ତିନିଜଣ ରେସର ଆଗରେ ଅଛନ୍ତି | କିନ୍ତୁ ପ୍ରଶାନ୍ତ କାଳେ ଉପରେ ସେଟ କରି ରଖିଛନ୍ତି | ଯେଉଁଥି ପାଇଁ ତାଙ୍କ ହାତଗଣତି ସମର୍ଥକ ବେଧଡକ ଘୁରୁଛନ୍ତି। କିନ୍ତୁ ଏଥର ଗେମ ଚେଂଜ ହେବ ବୋଲି ନୂଆ ଅଶାୟୀମାନେ କହୁଛନ୍ତି | ବିଜେଡି ଏବେ ସାଲେପୁରରେ ପ୍ରାୟ ବଦନାମ | ବିଜେପି ଯଦି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀକରେ ତାହାଲେ ସେ କିଛିଟା ପ୍ରଭାବ ପକାଇବେ। କିନ୍ତୁ କଂଗ୍ରେସରୁ ବିଜେପିକୁ ଆସି ସଂଗଠନକୁ ସେତେ ସିଏ ବିଜେପିର ସବୁ ବର୍ଗରେ ଗ୍ରହଣିୟତା ପାଇ ନାହାନ୍ତି।

ସେଥିପାଇଁ ବିଜେଡି ପାଇଁ ବେଶି ଦ୍ୱନ୍ଦ ହୋଇ ନ ପାରେ। କିନ୍ତୁ ବିଜେଡି ପାଇଁ ବେଶୀ ଦ୍ଵନ୍ଦ୍ଵ କରିବେ ବିଜେଡି ନେତା ମାନେ | ଏଭଳି ଘଟଣା ଚକ୍ରରେ ବିଜେଡି ପାଇଁ ବର୍ତ୍ତମାନ ସାଲେପୁର ବଡ ଚେଲେଞ୍ଜ ହୋଇଯାଇଛି। ପ୍ରଶାନ୍ତ ବେହେରାଙ୍କୁ ରିପିଟ କରିବ ନା ନୂଆ ମୁହଁରୁ କାହାକୁ ବାଛିବ । ସେ ନେଇକି ଦଳର ଉପର ମୁଣ୍ଡରେ ନିଷ୍ପଚି ସରିଲାଣି। ନବୀନ ଏଥର ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ହୁଏତ ସାଲେପୁରରେ ଜଣେ ମହିଳାଙ୍କୁ ବିଜେଡି ନେଇ ପାରେ। ସେ ଯାହାହେଉ ମାର୍ଚ ଶୁଦ୍ଧା ସାଲେପୁର ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ।

Leave A Reply

Your email address will not be published.