ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା; ନିରାଶ ହେଲେ କେଜ୍ରିଓ୍ବାଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା । ନିରାଶ ହେଲେ କେଜ୍ରିଓ୍ବାଲ ।  ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ । ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିବା ବେଳେ ମହିଳା ବିଚାରପତି କାବେରୀ ବାଓ୍ବେଜା ଏହି ରାୟ ଶୁଣାଇଛନ୍ତି । ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜ୍ରିୱାଲକୁ ଗିରଫ କରି ୬ ଦିନ ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା । ଗତ ୨୧ ତାରିଖରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା ।

ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ଜେରା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଥିଲେ । ପ୍ରକାଶ ଥାଉକି, ପୂର୍ବରୁ ମାର୍ଚ୍ଚ 28 ତାରିଖରେ ମଧ୍ୟ କେଜ୍ରିଓ୍ବାଲଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିନଥିଲା । ଏପ୍ରିଲ 1 ତାରିଖ ଯାଏଁ ଇଡି ରିମାଣ୍ଡରେ ପଠାଇଥିଲେ କୋର୍ଟ ।

Leave A Reply

Your email address will not be published.