ଖରାରେ ଜଳୁଛି ସାରା ଓଡ଼ିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖରାରେ ଜଳୁଛି ସାରା ଓଡ଼ିଶା ।  କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ରାଜ୍ୟବାସୀ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି। ତେବେ ୨ଦିନ ଭିତରେ ତାପମାତ୍ରା ୪ରୁ ୫ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ୨ରୁ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅଂଶୁଘାତ ଓ ଡାଇରିଆ ଭଳି ଅସୁସ୍ଥତା ଉପରେ ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।ଅଂଶୁଘାତ ଜନିତ ଅସୁସ୍ଥତାର ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୌଣସି ଅଘଟଣ ଏଡ଼ାଇବାକୁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ଶେଷ ହେଉ ହେଉ ଖରାରେ ଜଳିଲାଣି ପୂରା ରାଜ୍ୟ । ପ୍ରାୟ ସବୁ ସ୍ଥାନର ତାପମାତ୍ରା ବଢ଼ି ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଦଶମିକ ୭ ଡିଗ୍ରୀ ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଥିଲା ।

ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ଗତକାଲି ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯ ଦଶମିକ ୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ରାୟଗଡ଼ା ଓ ଝାରସୁଗୁଡ଼ାରେ ୩୮ ଦଶମିକ ୬, ବଲାଙ୍ଗିର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ଥିଲା ୩୮ ଡିଗ୍ରୀ। ଭୁବନେଶ୍ୱରରେ ଗତକାଲି ତାପମାତ୍ରା ଥିଲା ୩୫ ଦଶମିକ ୨ ଡିଗ୍ରୀ।

Leave A Reply

Your email address will not be published.