ବଣିକ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ନୟାପଲ୍ଲୀ ସ୍ଥିତ ବଣିକ କୋଚିଂ ସେଣ୍ଟରରେ ରେଡ କଲା ଆଇଟି । ବଣିକ କୋଚିଂ ସମେତ 6 ସ୍ଥାନରେ ଛାନଭିନ କରୁଛି ଆୟକର ବିଭାଗ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଏଭଳି ରେଡ ସୁବ୍ରତ ଛାଟୋଇଙ୍କ ପାଇଁ ଅଡୁଆ ହୋଇଛି ।

10 ଜଣିଆ ଟିମ ରୋଡରେ ସାମିଲ ଅଛନ୍ତି । ଭୁବନେଶ୍ୱର ସ୍ଥିତ ତାଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଥିବା ସୂଚନା ମିଳିଛି । ତେବେ ଏନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଭୋର ୪ ଟାରୁ ଏହି ରେଡ ଆରମ୍ଭ ହୋଇଛି । ତେବେ କେତୋଟି ଟିମ ଏହି ରେଡରେ ସାମିଲ ଅଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏକା ସାଙ୍ଗରେ ତାଙ୍କର ଘର ଓ ବ୍ୟବସାୟିକ ପ୍ରତିଷ୍ଠାନୱରେ ରେଡ ଚାଲିଛି । ଗତବର୍ଷ ମେ ମାସରେ ମଧ୍ୟ ସମାନ ତରିକାରେ ଉକ୍ତ କୋଚିଂ ସେଣ୍ଚରରେ GST ରେଡ ହୋଇଥିଲା ।

ଗତବର୍ଷ ମଧ୍ୟ ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। କୋଚିଂ ସେଣ୍ଟରର କେତେକ ଜିନିଷପତ୍ର ମଧ୍ୟ ସିଲ୍ କରାଯାଇଥିଲା। ଏହାସହ ସୁବ୍ରତ କୁମାର ଛାଟୋଇଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା। ତେବେ ଆଜି ଭୋର ପୁଣି କୋଚିଂ ସେଣ୍ଟର ଉପରେ ରେଡ୍‌ କରାଯାଇଛି। ତେବେ ଏହି ରେଡ୍‌ ନେଇ ସୁବ୍ରତ ଛାଟୋଇଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.