ପଥରପଦା ଗ୍ରାମରେ ହନୁମାନଙ୍କ ବିଗ୍ରହ ଭାଙ୍ଗିଲେ ଦୃର୍ବୁତ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପଥରପଦା ଗ୍ରାମରେ ହନୁମାନ ଙ୍କ ବିଗ୍ରହ ଭାଙ୍ଗିଲେ ଦୃର୍ବୁତ୍ତ | ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଥରପଦା ଗ୍ରାମରେ ହନୁମାନଙ୍କ ବିଗ୍ରହ ପ୍ରତିମା ଙ୍କୁ ବିଳମ୍ବିତ ରାତ୍ରୀରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି।

ଆଜି ସକାଳୁ ଗ୍ରାମର ମନ୍ମଥ ବେହେରା ହନୁମାନଙ୍କ ବିଗ୍ରହ ଭାଙ୍ଗି ଥିବା ଦେଖି ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ। ଏନେଇ ମନ୍ଦିର କମିଟି ରାମଚନ୍ଦ୍ରପୁର ଥାନା ରେ ଅଭିଯୋଗ କରିଥିବା ଜଣାପଡିଛି। ସାରା ଦେଶରେ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଖୁବ୍ ଧୁମ୍ ଧାମରେ ପାଳନ ହୋଇଥିବା ବେଳେ କିଛି ବିଧର୍ମୀ ଆତତାୟୀ ହନୁମାନ ଙ୍କ ବିଗ୍ରହ ଭାଙ୍ଗିଥିବାରୁ ଗ୍ରାମରେ ଉତେଜନା ସୃଷ୍ଟି ହୋଇଛି।

ଯଥାଶୀଘ୍ର ପୋଲିସ ପ୍ରଶାସନ ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀ ଙ୍କୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Leave A Reply

Your email address will not be published.