ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓମ ସାଇ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ | କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ରେକୁଟିଆ ସ୍ଥିତ ଓଁମ ସାଇ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଅଛୁତା ନନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ବାର୍ଷିକଉତ୍ସବରେ ମୁଖ୍ୟଅତିଥି ଭାବେ ଡାକ୍ତର ଅମରଦୀପ ଚକ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡ଼ ରାମଚନ୍ଦ୍ର ନାୟକ | ସଂମାନିତ ଅତିଥି ଭାବେ ଆନନ୍ଦପୁର ବ୍ଲକ ପୂର୍ବତନ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ନାୟକ, ବିଦ୍ୟାଳୟ ର ପ୍ରତିଷ୍ଠାତା ବିନୋଦ ବିହାରୀ ନାୟକ, ଅଧ୍ୟକ୍ଷ ତାପସ କୁମାର ନାୟକ, ଅନ୍ୟ ଅତିଥି ନୀଳମଣି ରାଉତ ପ୍ରମୁଖ ଯୋଗଦେଇଥିଲେ |
ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅଭିଭାବକ ଉପସ୍ଥିତ ଥିଲେ।