ଭିଜିଲାନ୍ସ ଜାଲରେ ସଦର ମହକୁମା ଜଳସମ୍ପଦ ବିଭାଗର ସିଏଡିଏ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ୱର ବ୍ଲକ ପାଇକସିଦା ପଂଚାୟତ ପାଇକସିଦା ଗ୍ରାମର ଅନୀଲ କୁମାର ମହାନ୍ତିଙ୍କ ପୁଅ ସଞ୍ଜୟ କୁମାର ମହାନ୍ତି ଆଜକୁ ୧୨ ବର୍ଷ ହେବ ମାଲକାନଗିରି ଜିଲ୍ଲା ସଦର ମହକୁମା ଜଳସମ୍ପଦ ବିଭାଗର ସିଏଡିଏ (କାଡା)(କମାଣ୍ଡ ଏରିଆ ଡେଭଲାମେଣ୍ଟ ଅଥରିଟି)ର ଜୁନିୟର ଇଂଜିନିୟର ଭାବେ କାର୍ଯ୍ୟରତ ଥିଲେ।

ଆଜି ସକାଳ ୬ ଘଟିକା ସମୟରେ କୋରାପୁଟ ଜିଲ୍ଲାର ଜୟପୁରର ୬ ଜଣିଆ ଭିଜିଲାନ୍ସ ଟିମ ପାଇକସିଦା ଗ୍ରାମରେ ସଞ୍ଜୟ କୁମାର ମହାନ୍ତିଙ୍କ ପୈତୃକ ବାସ ଭବନରେ ଏକ ୬ ଜଣିଆ ଟିମ ଚଢ଼ାଉ ଜାରି ରଖିଛନ୍ତି।ଏହି ୬ ଜଣିଆ ଟିମରେ ଜୟପୁରର ଭିଜିଲାନ୍ସ ଇନିସ୍ପେକ୍ଟର ସାବିତ୍ରୀ ପ୍ରଧାନ ଟିମ ଲିଡ଼ର ଥିଲେ।ଏହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ବଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁନ୍ସୀପାଲଟିର ୬ ନମ୍ବର ୱାର୍ଡ ସୁରକ୍ଷା ନର୍ସିଂ ପାଖ ଘର,ପାଇକସିଦା ନିଜସ୍ୱ ଘର,ଭୁବନେଶ୍ୱର,ମାଲକାନଗିରି ସ୍ଥିତ ଅଫିସ୍‌ ଓ ସରକାରୀ ବାସଭବନ ଏହିପରି ୭ଟି ସ୍ଥାନରେ ରେଡ୍‌ ଚାଲିଛି।ନିଜ ବାସ ଭବନରୁ ଅନେକ ନଥିପତ୍ର ପାଇ ଥିବା ଦେଖିବାକୁ ମିଳିଛି।ତେବେ ସମସ୍ତ ତଦନ୍ତ ପରେ ଆକଳନ କରାଯିବ ବୋଲି ଦାୟିତ୍ୱରେ ଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.