ପୋଲିସ ଫାଣ୍ଡି ପ୍ରତିଷ୍ଠା ଦାବୀକୁ ଅଣଦେଖା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଲିସ ଫାଣ୍ଡି ପ୍ରତିଷ୍ଠା ଦାବୀକୁ ଅଣଦେଖା କରୁଛି ଗୃହ ବିଭାଗ । ଫଳରେ ଡକାୟତି, ଚୋରୀ ଓ ରାହାଜାନୀ ପରି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା କାରଣରୁ ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି । ଏଟିଏମ ଲୁଟେରା ଗ୍ୟାଙ୍ଗର ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ବାହାର ରାଜ୍ୟରେ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଛି ପୋଲିସ ।

ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ପଢୁଆଁ ମାର୍କେଟରେ ବୋଲି ଜାଣିବାକୁ ମିଳିଛି । ୨୨ ତାରିଖ ବିଳମ୍ବିତ ରାତିରେ ମାର୍କେଟ ଉପରେ ଥିବା ଏସବିଆଇର ଏଟିଏମ ଲୁଟ ହେଉଥିବା ଖବର ବାସୁଦେବପୁର ପୋଲିସ ପାଇଥିଲା । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିବା ବେଳେ ଲୁଟେରା ଗ୍ୟାଙ୍ଗ ଆଖିରେ ଧୂଳି ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଏହି ଘଟଣାରେ ଗତକାଲି ଖଇରା ଥାନା ଅଧିନ ଶରତ ଗ୍ରାମର ରମେଶଚନ୍ଦ୍ର ପରିଡାଙ୍କ ପୁଅ ପାର୍ଥକିଶୋର ପରିଡାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି । ଏହି ସମୟରେ ବିପୁଳ ପରିମାଣରେ ଡକାୟତି ଯନ୍ତ୍ରାଂଶ ଓ ମାରଣାସ୍ତ୍ରକୁ ପୋଲିସ ଜବତ କରିଛି ।

ଏଠାରେ ସୂଚନା ଦିଆଯାଇପାରେ, ବାସୁଦେବପୁର ଥାନା ଅଧିନ ନଇଘେରଦରେ ସୁଦର୍ଶନପୁର, ଆର୍ତ୍ତୁଂ ,କୁମାରପୁର, ଜଗନ୍ନାଥପୁର, ପଢୁଆଁ ,ଇରମ, ନୂଆଗାଁ,ଅଢୁଆଁ ପରି ଆଠଗୋଟି ପଞ୍ଚାୟତ ରହିଥିବା ବେଳେ ଏହାର ମଝାମଝି ଅଞ୍ଚଳ ଆର୍ତ୍ତୁଂ ଠାରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ଦାବୀ ହୋଇ ଆସୁଛି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।

Leave A Reply

Your email address will not be published.