ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହା ଆସନ୍ତା ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବଶେନକୁ ସମ୍ବୋଧନ କରିବେ । ପରେ ଧନ୍ୟବାଦ ପ୍ରସ୍ତବରେ ଆରମ୍ଭ ହେବା ପରେ ଅନ୍ତରୀଣ ବଜେଟ୍ ସେସନ ଚାଲିବ ।

 ଏହାପରେ ଆସନ୍ତାକାଲି(ଗୁରୁବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ । ଏହା ମୋଦିଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ହେବ । ତେବେ ଆସନ୍ତା ଏପ୍ରିଲରୁ ମେ’ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ନାହିଁ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ଆଜି ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ । ଦିନ ସାଢେ ୧୧ଟା ବେଳେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ବସିଥିଲା । ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ନେତାଙ୍କ ସହଯୋଗୀ ଲୋଡିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନେତାମାନଙ୍କୁ ଜଣାଇଥିଲେ ଯେ, ଅର୍ଥମନ୍ତ୍ରୀ ସୀତାରମଣ ଜମ୍ମୁ-କାଶ୍ମୀର ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିବେ, ଯେଉଁଠିକି ଏବେ ରାଷ୍ଟ୍ରପତି ଶାସନ ଚାଲିଛି ।

ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଅଣାଯିବ । ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ । ପୂର୍ବାହ୍ନ ୧୧ଟା ୩୦ରେ ସଂସଦର ଲାଇବ୍ରେରୀ ହଲ୍‌ରେ ଏହି ବୈଠକ ବସିଥିଲା । ବୈଠକରେ ବିଭିନ୍ନ ଦଳର ଉଭୟ ସଦନ ନେତାମାନେ ଯୋଗଦେଇଥିଲେ । ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ସେ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଥିଲେ ।

Leave A Reply

Your email address will not be published.