ରାଜ୍ୟରେ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଚଳିତ ମାସ 17 ତାରିଖରେ ହେବ। ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟବାସୀ ଙ୍କ ସଂପୃକ୍ତି ଲାଗି ସମଗ୍ର ରାଜ୍ୟରେ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ।

ଆସନ୍ତା ଜାନୁଆରୀ ୧୭ ତାରିଖ ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ l ଏଥିଲାଗି ରାଜ୍ୟ ସରକାର ଙ୍କ ତରଫରୁ ରାଜ୍ୟ ର ପ୍ରତ୍ୟେକ ଅଞ୍ଚଳ ରେ ପରିକ୍ରମା କରିବ ଜଗନ୍ନାଥ ରଥ l ଏହି ରଥ ଆଜି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ବଡ଼ମ୍ବା ରାଜବାଟୀ ରେ ଥିବା ଜଗନ୍ନାଥ ମନ୍ଦିରରୁ ବାହାରି ବଡ଼ମ୍ବା ଟାଉନ ପରିକ୍ରମା କରିବା ସହିତ ବିଭିନ୍ନ ଗ୍ରାମକୁ ଯାଇ ପ୍ରତି ଘରୁ ଜଗନ୍ନାଥ ଙ୍କ ଉଦେଶ୍ୟ ରେ ଅରୁଆ ଚାଉଳ, ଗୁଆ, ସଂଗ୍ରହ କରାଯାଇଛି l

ଗ୍ରାମ ରେ ସକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଜଗନ୍ନାଥ ରଥ କୁ ଗ୍ରାମ ପରିକ୍ରମା କରାଯାଇ ଶହଶହ ଗ୍ରାମବାସୀ ଙ୍କ ଉପସ୍ଥିତ ରେ ଭବ୍ୟ ସ୍ୱାଗତ କରାଯାଇଛି l ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ସରକାର ଙ୍କ ଏକ ଯୁଗାନ୍ତକାରୀ ପ୍ରକଳ୍ପ ।

Leave A Reply

Your email address will not be published.