ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବର ଗତ ୬ତାରିଖରେ ମିଶନ ପଡିଆରେ ଭିକେ ପାଣ୍ଡିଆନ କାଯ୍ୟକ୍ରମରେ ବିଧାୟକ ଙ୍କ ସମର୍ଥକ ପୂର୍ବତନ ସାଂସଦ ଙ୍କ ସମର୍ଥକ ଗୋଷ୍ଠୀ ର କାଉନସିଲର ଓ ମହିଳା ଙ୍କୁ ଅସମ୍ମାନ ଓ ଖରାପ ବ୍ୟବହାର ଘଟଣାରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୋଭାଯାତ୍ରା |

ଶତାଧିକ ମହିଳା ଆସି ଜିଲ୍ଲାପାଳ ଙ୍କୁ କାଯ୍ୟାନୁଷ୍ଠାନ ଦାବିରେ ଦାବିପତ୍ର ପ୍ରଦାନ।ଏନେଇ ଗତକାଲି ମଧ୍ୟ ସହଦେବଖୁଣ୍ଟା ଥାନାରେ ଏଫ ଆଇ ଆର କରିଥିଲେ। ଗତ କିଛି ଦିନ ହେବ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ସଦର ବିଧାୟକ ସ୍ୱରୂପ ଦାସ ଙ୍କ ସମର୍ଥକ ଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ଆଜି ମୁନସିପାଲଟି ଅନ୍ତର୍ଗତ ଅନେକ ୱାର୍ଡର କାଉନସିଲର ମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ନାରାବାଜି କରିଥିବା ର ଦେଖିବାକୁ ମିଳିଥିଲା।ଏନେଇ ଏ ସବୁ ଖବର ହାଇକୋମାଣ୍ଡ ନିକଟରେ ଅଛି କି ନାହିଁ ସେନେଇ ମଧ୍ୟ ଭୋଟର ଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.