ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ପରିବା ବୋଝେଇ ଟ୍ରକ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ପରିବା ବୋଝେଇ ଟ୍ରକ୍।  ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପରିବା ବୋଝେଇ ଟ୍ରକ୍ ଟି ଓଲଟି ପଡିବା ପରେ ଏଥିରେ ଚାଳକର ମୃତ୍ୟୁ ହୋଇଥିବାବେଳେ ହେଲପର ଜଣକ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଆଜି ସକାଳେ ଟ୍ରକ୍‌ଟି ଆନ୍ଧ୍ରରୁ ପରିବା ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା। ସିମୁଳିଆ ତହସିଲ୍ କାର୍ଯ୍ୟାଳୟ ନିକଟରେ ଟ୍ରକଟି ଭାରସାମ୍ୟ ରାସ୍ତାକଡ଼କୁ ଓଲଟି ପଡ଼ିଲା। ତେବେ ଚାଳକ ଜଣକ ଟ୍ରକ୍ ତଳେ ଚାପି ହୋଇରହିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀନିବାସ ରାଓ । ଖବରପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣାରେ ହେଲପର ଜଣଙ୍କ ସାମାନ୍ୟ ଆହତ ହୋଇଥିବାବେଳେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.