ଭାରତୀୟ କ୍ରିକେଟରଙ୍କ ବଢାଇଲେ ମନୋବଳ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଶ୍ବକପ୍ କ୍ରିକେଟ ଫାଇନାଲରେ ରନର୍ସ ଅପ ହୋଇଥିଲା ଟିମ ଇଣ୍ତିଆ । ପୁରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ଦେବା ପରେ ମଧ୍ୟ କେବଳ ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ଚାମ୍ପିଅନ ହୋଇ ପାରିନାହିଁ ଦଳ । ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ତୃତୀୟ ଥର ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା ।

ଆଖି ସାମ୍ନାରେ ସବୁକିଛି ପାଣି ଫୋଟକା ଭଳି ମିଳାଇ ଯାଇଥିଲା । ଅନ୍ୟପଟେ ଡ୍ରେସିଂ ରୁମର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବକପ ପରାଜୟ ପରେ ଭାରତୀୟ କ୍ରିକେଟରଙ୍କୁ ସାନ୍ତ୍ବନା ଦେଇଛନ୍ତି । ”ତୁମେମାନେ 10ଟି ଗେମ୍ ଜିତି କରି ଆସିଛ । ଏପରି ହୋଇଥାଏ । ଦେଶ ତୁମକୁ ଦେଖୁଛି ଖୁସି ହୁଅ, ହସ ଏମିତି ହୁଏ । ତୁମେ ବହୁତ ପରିଶ୍ରମ କରିଛ । କିଛି ଚିନ୍ତା କରିବାର ନାହିଁ ସମସ୍ତ ଭଲ ପ୍ରୟାସ କରିଛ । ସମସ୍ତ ବହୁତ ପରିଶ୍ରମ କରିଛ ଏମିତି ହୁଏ । ପରସ୍ପରର ମନୋବଳ ବଢାଅ ।” କିଛି ଏମିତି କହି ଭାରତୀୟ କ୍ରିକେଟ ଦଳର ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିମ୍ ଇଣ୍ଡିଆ ଡ୍ରେସିଂ ରୁମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବକପ ପରାଜୟ ପରେ ଭାରତୀୟ କ୍ରିକେଟରଙ୍କୁ ସାନ୍ତ୍ବନା ଦେଇଛନ୍ତି ।

ଭବିଷ୍ୟତରେ ଆହୁରି ଭଲ କରିବାକୁ ପରାମର୍ଶ ଦେଇଛନ୍ତି । ସେଠାରେ ସେ ଦେଖିଥିଲେ, ଭାରତୀୟ କ୍ରିକେଟରମାନେ ଭାଙ୍ଗି ପଡ଼ିଛନ୍ତି, ବହୁତ ମନଦୁଃଖରେ ଅଛନ୍ତି । ଏହା ପରେ କ୍ରିକେଟରଙ୍କୁ ସେ ସାନ୍ତ୍ବନା ଦେଇଥିଲେ । ସେମାନଙ୍କ ମନୋବଳ ବଢାଇବାକୁ ଉତ୍ସାହଭରା କଥା କହିଥିଲେ । ଏପରିକି ବୋଲର ମହମ୍ମଦ ସାମିଙ୍କୁ ମୋଦି କୁଣ୍ଡାଇ ପକାଇଥିଲେ । ପରେ ଅନ୍ୟ ଖେଳାଳି ମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ପୁରା ବିଶ୍ୱକପରେ ଏପରି ପ୍ରଦର୍ଶନକୁ ପ୍ରଂଶସା କରିଥିଲେ ମୋଦି ।

Leave A Reply

Your email address will not be published.