ଭାରସାମ୍ୟ ହରାଇ ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ଆଜି ସକାଳୁ ଏକ ବସ୍‌ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହେବାରୁ ୭ ଯାତ୍ରୀ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ଆଜି ସକାଳ ୬ଟା ସମୟରେ (ସାଗର ସମୀର) ନୂପୁର ନାମକ ଯାତ୍ରୀବାହୀ ୪୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲିଆପାଳରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ସିଂଲା ଥାନା ପୁଟୁରା ନିକଟରେ ବସର ଆଗ ଚକା ଫାଟି ଯିବାରୁ ବସଟି ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛକୁ ଧକ୍କା ଦେଇଥିଲା। ଫଳରେ ବସର ସାମ୍ନା ପାଖଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା

ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଜଣକ ଚାପି ହୋଇଯାଇଥିଲେ। ବସରେ ଥିବା ସମସ୍ତ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ସାତଜଣ ସାମାନ୍ୟ ଆହତ ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ବସ୍‌ ଡ୍ରାଇଭରଙ୍କ ସମେତ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଘଟଣାସ୍ଥଳରେ ସିଂଲା ପୁଲିସ ପହଞ୍ଚି ବସ୍‌ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଡ୍ରାଇଭରଙ୍କ ଆଖି ଲାଖି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି।

 

Leave A Reply

Your email address will not be published.