ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡା ଛକରେ ଦୁର୍ଘଟଣା । ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହୋଇ ଏଲଟିପଡିଲା ଯାତ୍ରୀବାହୀ ବସ୍ । ଫଳରେ ଦୁର୍ଘଟଣାରେ ବସ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବା ସୂଚନା ମିଳିଛି । ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହତଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଅନ୍ୟପକ୍ଷରେ ମୃତ ବ୍ୟକ୍ତି ଜଣଙ୍କ ବସ୍ ଡ୍ରାଇଭର ବୋଲି ଜଣାଯାଇଛି। ସୂଚନା ମୁତାବକ, ଆଜି ସକାଳେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ଟି ରାଇକିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ ଚାଳକ ବାଟରେ ମଦ୍ୟପାନ କରିଥିଲେ। ଏଥିଲାଗି ସୋରଡା ଛକରେ ବସଟି ଭାରସାମ୍ୟ ଗଛରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଖବର ପାଇ ନୂଆଗାଁ ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ମୃତକ ଓ ଗୁରତରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ସୋରଡ଼ା ଛକରେ ଭିଡ଼ ପରିଲକ୍ଷିତ ହୋଇଥିଲା। ନୂଆଗାଁ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ଲୋକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଅଶାଙ୍କା କରାଯାଉଛି। ଦୁର୍ଘଟଣା ପରେ ସେହି ରାସ୍ତା ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଚଳାଚଳ ପ୍ରଭାବିତ ହୋଇଛି।
Comments are closed.