ମାଆ ତାରା ତାରିଣୀଙ୍କର ହେବ ମହାସ୍ନାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ। ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ  ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯିବ। ପ୍ରଥମେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମା’ ଭଉଣୀମାନେ | ଏଣୁ ଏହାକୁ ଶୁଦ୍ଧ କରି ପବିତ୍ରତା ଫେରାଇ ଆଣିବା ନିମନ୍ତେ ଶୁକ୍ରବାର ପରମ୍ପରା ଅନୁଯାୟୀ ପୂଜାପାଠ ଆରମ୍ଭ ହୋଇଛି।

ଜିଲାର ବିଭିନ୍ନ ସ୍ଥାନରୁ ପଣ୍ଡିତ ବ୍ରାହ୍ମଣମାନେ ଯୋଗଦେଇଛନ୍ତି। ସେବାୟତଙ୍କ ପରିବାର ମହିଳାମାନେ ପୂଣ୍ୟତୋୟା ଋଷିକୂଲ୍ୟା ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ପରେ ୧୦୮ କଳସରେ ଜଳ ଧରି ୯୯୯ ପାହାଚ ଚଢ଼ି ପାହାଡ଼ ଉପରେ ଥିବା ମା’ଙ୍କ ମନ୍ଦିରକୁ ଆସିଥିଲେ। ଏହି ଜଳରେ ପ୍ରଥମେ ମା’ଙ୍କ ମହାସ୍ନାନ କରାଯାଇଥିଲା। ସ୍ନାନ ପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଛି। ଏହାପରେ ମା’ ତାରାତାରିଣୀ ଭକ୍ତଙ୍କୁ ଦର୍ଶମନ ଦେବେ।

ପୂଜାପାଠ ଯୋଗୁ ଭକ୍ତମାନେ ଦର୍ଶନ କରିବାରେ ବିଳମ୍ବ ଘଟିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ମା’ଙ୍କୁ ଏଭଳି ମହାସ୍ନାନ କରାଯାଇଛି। ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୁପା ଅଳଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ। ମା’ଙ୍କୁ ଚୋରମାନେ ସ୍ପର୍ଶ କରିଥିବା ଯୋଗୁଁ ଏହି ମହାସ୍ନାନ କରାଯାଉଥିବା ପୂଜକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.