ଜଗତସିଂପୁର ଯୁବତୀଙ୍କୁ ଫସାଇଥିଲା କଶ୍ମୀର ଯୁବକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭୁବନେଶ୍ବରରେ ଲଭ ଜିହାଦ ଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଧରାପଡ଼ିଛନ୍ତି ଜଣେ କଶ୍ମୀର ଯୁବକ। ମହିଳା ଥାନା ପୋଲିସ ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କର ଜାଲ ବୁଣିଥିଲା କଶ୍ମୀର ଯୁବକ ।

ଯୁବତୀଙ୍କୁ କଶ୍ମୀର ନେବା ପାଇଁ ଭୁବନେଶ୍ବରରେ ଆସି ପହଞ୍ଜିଥିଲା । ହେଲେ ଧରିପକାଇଥିଲା ଭୁବନେଶ୍ବର ପୋଲିସ୍ । ବର୍ତ୍ତମାନ ଅଭିଯୁକ୍ତ କଶ୍ମୀର ଯୁବକଙ୍କୁ ମହିଳା ଥାନାରେ ଅଟକ ରଖାଯାଇଛି । ତେବେ ସୂଚନା ମୁତାବକ,  ଅନ୍‌ଲାଇନ ଗେମ୍‌ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ କାଶ୍ମୀର ଯୁବକଙ୍କ ପ୍ରେମ ସମ୍ପର୍କ।

ଏହା କ୍ରମେ ନିବିଡି ହୋଇଥିଲା। କଶ୍ମୀର ଯୁବକ ଜଣକ ଜଗତସିଂହପୁରର ଯୁବତୀଙ୍କୁ ନେବାକୁ ଭୁବନେଶ୍ୱର ଆସି ପହଞ୍ଚି ଥିଲେ। ଏଭଳି ସ୍ଥିତିରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ କଶ୍ମୀର ଯୁବକଙ୍କୁ ଧରି ଥାନାକୁ ଆଣି ଅଧିକ ପଚରାଉଚରା କରୁଛି। ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.