“ମନ କି ବାତ” କାର୍ଯ୍ୟକ୍ରମରେ ରଥଯାତ୍ରାକୁ ନେଇ ଏହା କହିଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ମା’ ଘରକୁ  ନବଦିନାତ୍ମକ ଯାତ୍ରା କରିବେ ବ୍ରହ୍ମାଣ୍ଡ ଠାକୁର। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନ କି ବାତ” କାର୍ଯ୍ୟକ୍ରମରେ କହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ କାର୍ଯକ୍ରମର ୧୦୨ତମ ସଂସ୍କରଣ । ଏ ମାସରେ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ରଥଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଐତିହ୍ୟ ସହର ପୁରୀକୁ ଅଦ୍ଭୂତ କହିଛନ୍ତି । ରଥଯାତ୍ରାରେ ବିଶ୍ବର ପ୍ରତ୍ୟେକ ବର୍ଗର ଲୋକ ସାମିଲ ହେବା ବସ୍ତାବରେ ଅନୁକୋଣୀୟ ।

ସେ କହିଛନ୍ତି ଏହା ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ଅଟେ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସମୃଦ୍ଧ ଓ ସୁସ୍ଥ ରଖନ୍ତୁ ଏତିକି କାମନା କରୁଛି । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଦିଗରେ କାମ କରିବା’ ।

ମନ୍‌ କି ବାତ୍‌ରେ ଏମର୍ଜେନ୍ସି ସମୟକୁ କଳା ଯୁଗ କହିଲେ ମୋଦି । ସେ କହିଛନ୍ତି କି ‘ଏମର୍ଜେନ୍ସୀ ନିର୍ଯାତନା କଥା ଭାବିଲେ ଦେହ ଶିହିରି ଉଠେ । ଦେଶବାସୀଙ୍କ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦା ଯାଇଥିଲା । ତେଣୁ ଏମର୍ଜେନ୍ସୀ ବାବଦରେ ଯୁବପିଢ଼ି ଜାଣିବା ଉଚିତ୍’ ।

Leave A Reply

Your email address will not be published.