ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ : ସିରିଲ ରାମାଫୋସା 

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା  କହିଛନ୍ତି ୟୁକ୍ରେନ-ରୁଷିଆ ଯୁଦ୍ଧ ଏବେ ଶେଷ ହେବା ଉଚିତ। ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରାମାଫୋସା ଶନିବାର ସେଣ୍ଟ ପିଟର୍ସବର୍ଗର ଅଷ୍ଟାଦଶ ଶତାବ୍ଦୀର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ କହିଛନ୍ତି ଯୁଦ୍ଧକୁ କଥାବାର୍ତ୍ତା ଏବଂ କୂଟନୈତିକ ଉପାୟ ମାଧ୍ୟମରେ ସମାଧାନ କରାଯିବା ଉଚିତ।ଆଫ୍ରିକାର ୭ ଜଣ ନେତାଙ୍କୁ ନେଇ ଏକ ପ୍ରତିନିଧୀ ଦଳ ସହିତ ରାମାଫୋସା ସେଠାରେ ଥିଲେ। ଏଥି ସହିତ, ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆଫ୍ରିକୀୟ ଶାନ୍ତି ମିଶନ ଜାରି ରଖିବା ପାଇଁ ରାମାଫୋସା ରୁଷିଆ ଫେଡେରେଶନର ସେଣ୍ଟ ପିଟର୍ସବର୍ଗରେ ପହଞ୍ଚିଥିଲେ।

ରିପୋର୍ଟ ଅନୁଯାୟୀ, ରାମାଫୋସା କହିଛନ୍ତି ଏହି ଯୁଦ୍ଧ ଆଫ୍ରିକା ମହାଦେଶ ତଥା ବିଶ୍ୱର ଅନ୍ୟାନ୍ୟ ଦେଶ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ୟୁକ୍ରେନ ବିବାଦକୁ ନେଇ ଆଫ୍ରିକୀୟ ଦେଶଗୁଡ଼ିକର ସନ୍ତୁଳିତ ଆଭିମୁଖ୍ୟକୁ ପୁଟିନ ପ୍ରଶଂସା କରିଛନ୍ତି। ୟୁକ୍ରେନ ସଙ୍କଟରେ ଆଫ୍ରିକୀୟ ବନ୍ଧୁମାନଙ୍କ ସନ୍ତୁଳିତ ଆଭିମୁଖ୍ୟକୁ ନେଇ ପୁଟିନ ପରିଦର୍ଶକ ନେତାମାନଙ୍କୁ ପ୍ରଶଂସା କହିଛନ୍ତି।

ଯେଉଁମାନେ ପରସ୍ପରର ସ୍ବାର୍ଥ ତଥା ନ୍ୟାୟ ପ୍ରତି ସମ୍ମାନର ନୀତି ଉପରେ ଆଧାର କରି ଶାନ୍ତି ଚାହାଁନ୍ତି ଆମେ ସେମାନଙ୍କ ସହିତ ଗଠନମୂଳକ କଥାବାର୍ତ୍ତା ପାଇଁ ପ୍ରସ୍ତୁତ। ସେ କହିଛନ୍ତି ରୁଷିଆ ୟୁକ୍ରେନ ପକ୍ଷ ସହ ଆଲୋଚନାକୁ ଏଡ଼ାଇ ଦେଇ ନାହିଁ। ପୁଟିନ କହିଛନ୍ତି ୟୁକ୍ରେନରେ ରୁଷିଆର ତଥାକଥିତ ସ୍ବତନ୍ତ୍ର ସାମରିକ ଅପରେଶନ ପାଇଁ ନୁହେଁ ପାଶ୍ଚାତ୍ୟ ଦେଶର କାର୍ଯ୍ୟକଳାପ ଯୋଗୁ ଖାଦ୍ୟ ସଙ୍କଟ ଘଟିଛି।

Leave A Reply

Your email address will not be published.