ଘୋଷଣା ହେଲା ଆଇପିଏଲ ସିଜିନ୍‌-୧୭ର କ୍ରୀଡାସୂଚୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶେଷ ହେଲା ଅପେକ୍ଷା, ଘୋଷଣା ହେଲା ଆଇପିଏଲ ସିଜିନ୍‌-୧୭ର କ୍ରୀଡାସୂଚୀ | ଇଣ୍ଡିଆନ ପ୍ରିମୟର ଲିଗ-୨୦୨୪ର ପ୍ରଥମ  ୨୧ଟି ମ୍ୟାଚ ପାଇଁ ସୂଚୀ ଜାରି ହୋଇଛି । ପ୍ରଥମ ମ୍ୟାଚରେ ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।

ଏହି ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ସିଏସକେର ନେତୃତ୍ବ ମହେନ୍ଦ୍ର ସିଂହ ଧୋନିଙ୍କ ହାତରେ ରହିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୨୧ ମ୍ୟାଚ୍‌ର କ୍ରୀଡାସୂଚୀ ଜାରି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଏହି ୨୧ଟି ମ୍ୟାଚ୍‌ ଖେଳାଯିବ। ୧୦ଟି ଭିନ୍ନ ଭିନ୍ନ ସହରରେ ୨୧ଟି ଖେଳାଯିବ। ତେବେ ଜାରି ହୋଇଥିବା କ୍ରୀଡାସୂଚୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ତା’ର ଘୋରେଇ ମ୍ୟାଚ୍‌ରେ ଭାଇଜାଗରେ ଖେଳିବ। ତେବେ ଆଇପିଏଲ ସିଜିନ୍‌-୧୭ର ଅନ୍ୟ ମ୍ୟାଚ୍‌ର ସୂଚୀ ପରେ ଘୋଷଣା କରାଯିବ। ଉଦଘାଟନୀ ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ ଏବଂ ଅନ୍ୟ ମ୍ୟାଚ୍‌ ସବୁ ୩.୩୦ କିମ୍ବା ସନ୍ଧ୍ୟା ୭.୩୦ରେ ଖେଳାଯିବ।

ଭାରତ ସମେତ ବିଦେଶୀ ଖେଳାଳିମାନେ ଆଇପିଏଲ୍ ମାଧ୍ୟମରେ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବେ। ଚଳିତ ବର୍ଷ ଜୁନ୍-ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଟି-୨୦ ବିଶ୍ବକପ୍ ଆୟୋଜନ ହେବ। ବିଭିନ୍ନ ଦେଶର ଚୟନକର୍ତ୍ତାମାନେ ନିଜ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ। ୨୦୧୯ରେ ମଧ୍ୟ ଯେତେବେଳେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେ ସମୟରେ ମଧ୍ୟ ଏହି ପରି ଆଭିମୁଖ୍ୟ ଗ୍ରହଣ କରିଥିଲା ବିସିସିଆଇ। ସେତେବେଳେ ମଧ୍ୟ ଆଇପିଏଲ ଦୁଇଟି ଭାଗରେ ଖେଳାଯାଇଥିଲା। ତେବେ ଚଳିତ ବର୍ଷ ମେ‘ ୨୬ରେ ଆଇପିଏଲ ଫାଇନାଲ ଖେଳାଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.