“ରଥଯାତ୍ରା ଦ୍ଵିତୀୟ ଦିନ”

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଟଣାର ଦ୍ଵିତୀୟ ଦିନ। ଗତକାଲି ଶ୍ରଦ୍ଧାଳୁ ମନେ ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣିନେଇ ମାଉସୀ ମାଆ ମନ୍ଦିର ପହଞ୍ଚାଇବା ପରେ ସାନ ଭଉଣୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳା ମାନେ ଟାଣି ଟାଣି ନେଇ ଅଧା ବାଟ ଅର୍ଥାତ୍ ବାରିପଦା ଟାଉନ ଥାନା ସମ୍ମୁଖରେ ପହଞ୍ଚାଇବା ପରେ ଶେଷ ହୋଇଥିଲା ପ୍ରଥମ ଦିନର ରଥ ଟଣା। ଏକ ପ୍ରକାର କହିବା ପାଇଁ ଗଲେ ଏଠାରେ ତିନିଦିନ ଧରି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।

ପରମ୍ପରା ଅନୁସାରେ ପୁରୀ ରଥଯାତ୍ରା ଦିନ ଏଠାରେ କେବଳ ଗୋଟି ପହଣ୍ଡିରେ ରଥାରୁଢ଼ ହୋଇଥାନ୍ତି ତିନି ଠାକୁର ଏବଂ ତହିଁ ପର ଦୁଇଦିନ ଧରି ଏଠାରେ ରଥ ଟଣା ପର୍ଵ ଅନୁଷ୍ଠିତ ହୋଇଥାଏ। ତେଣୁ ଆଜି ସେଇ ଦିତୀୟ ଦିନରେ ଆଧା ବାଟରୁ ଆରମ୍ଭ ହେବ ରଥ ଟଣା। ଆଜି ଦିନ ୨ ଘଟିକା ୩୦ ମି. ସମୟରେ ମହିଳା ମାନେ ପ୍ରଥମେ ସୁଭଦ୍ରାଙ୍କ ରଥକୁ ଟାଣିନେଇ ଗୁଣ୍ଡିଚା ମନ୍ଦିର ପହଞ୍ଚାଇବା ପରେ ଆରମ୍ଭ ହେବ ଜଗତର ନାଥ ଜଗନ୍ନାଥ କାଳିଆ ସାଆନ୍ତ ଙ୍କ ରଥଟଣା। ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିବା ଭକ୍ତ ଗଣ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥକୁ ଅତି ଶରଧାରେ ଭିଡି ଭିଡି ନେଇ ଗୁଣ୍ଡିଚା ମନ୍ଦିର ଯାଏଁ ନେବେ। ଏବଂ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ରାଜା ରାଜୁଡା ଅମଳରୁ ଚାଲିଆସିଥିବା ଦ୍ଵିତୀୟ ଶ୍ରୀକ୍ଷେତ୍ରର ଆଉ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ।

ଆଉ ଏହା ହେଉଛି ‘ଶ୍ରଦ୍ଧାଲୋଡୁ’ ବିତରଣ ପର୍ଵ। ଏହି ଲହୁ ଗୁଡ଼ରେ ତିଆରି ହୋଇଥିବାରୁ ଏହାକୁ ଗୁଡ଼ ଲୋଡୁ ମଧ୍ୟ କୁହାଯାଏ। ତିନି ଥର ମାଉସୀ ଘର ପହଞ୍ଚିବା ପରେ କେଵଳ ଜଗନ୍ନାଥଙ୍କ ରଥ ଉପରୁ ଏହି ଶ୍ରଦ୍ଧାଲୋଡୁ ଶ୍ରଦ୍ଧାଳୁଙ୍କ ଉଦ୍ବେଶ ରେ ଫିଙ୍ଗାଯାଇଥିଏ। ଏବଂ ଏହି ଲୋଡୁ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥାଏ,ଯାହାର ଦୃଶ୍ୟ ବେସ୍ ଆକର୍ଷଣୀୟ ଓ କୌତୁକିଆ ହୋଇଥାଏ। ଏହା ପରେ ନିର୍ଦ୍ଧାରିତ ସମୟରେ ତିନି ଭାଇ ଭଉଣୀ ମାଉସୀ ବାଡିକୁ ବେଜେ କରିବର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.