ରାଜଧାନୀରେ ବାୟୁ ପ୍ରଦୂଷଣର ଜଟିଳ ପରିସ୍ଥିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜଧାନୀରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଭୟଙ୍କର ବାୟୁ ପ୍ରଦୂଷଣ ହେତୁ ସଭିଏଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର ରହିଛି।

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ଲଗାତାର ୬ ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀ ବାସୀ ଏବଂ ସରକାର।ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଭିଜିବିଲିଟି କମିଛି, ଶ୍ବାସକ୍ରିୟାରେ ବି କଷ୍ଟ ହେଉଛି । ପରିସ୍ଥିତିକୁ ଦେଖି ଦିଲ୍ଲୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଲାଗି ସରକାରୀ ଏବଂ ଘରୋଇ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦିଲ୍ଲୀରେ ନିର୍ମାଣ କାମ ବ୍ୟାନ୍ କରାଯାଇଛି । ନିର୍ମାଣ ଓ ଭଙ୍ଗାଭଙ୍ଗି କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । କେବଳ ରେଳ, ଏୟାରପୋର୍ଟ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି । ଏହାସହ ଡିଜେଲ୍ ଚାଳିତ ବସ୍ ଓ ଟ୍ରକ୍ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଛି ।ଇଭି, ସିଏନ୍ଜି ଓ ବିଏସ୍-6 ବସ୍ ଚଳାଚଳ କରିବାକୁ ଗୁରୁତ୍ବାରୋପ କରାଯାଇଛି । ଠିକାରେ ୧ ହଜାର ସିଏନ୍ଜି ବସ୍ ଦିଲ୍ଲୀକୁ ଅଣାଯିବ ବୋଲି ସୂଚନା ମିଳିଛି । ଏଥିସହ ପାଳ ପୋଡ଼ିବା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.