ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ । ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା ଦେଲେ କୋର୍ଟ । ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୁପଯୋଗ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପରିକ୍ରମା ପ୍ରକଳ୍ପକୁ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମ କୋର୍ଟ । ଗତ ମେଫ ମାସ ୯ ତାରିଖରେ ମାମଲାର ଶୁଣାଣି କରିଥିଲେ ଓଡ଼ିଶା ହାଇକୋର୍ଟ।
ତେବେ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ୟ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ଅର୍ଦ୍ଦେନ୍ଦୁ ଦାସ ଓ ସୁମନ୍ତ କୁମାର ଘଡ଼େଇ ସମେତ ପୃଥକ ଭାବେ ୩ଟି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ ହୋଇଥିଲା ।