ରାଜପଥ ଉପରେ ଛିଡା ହୋଇଥିବା ଟ୍ରକର ପଛ ପଟୁ ଧକ୍କା ଦେଲା ଟ୍ରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜପଥ ଉପରେ ଛିଡା ହୋଇଥିବା ଟ୍ରକର ପଛ ପଟେ ଧକ୍କା ଦେଲା ଆଉ ଏକ ଟ୍ରକ ପଛ ଟ୍ରକ ର ଡ୍ରାଇଭର ହେଲପର ଗୁରୁତର | କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଧନୁର୍ଜଉପୁର ନିକଟରେ ଦୁର୍ଘଟଣା ଛିଡା ହୋଇଥିବା ଏକ ଟ୍ରକ ପଛରେ ଆଉ ଏକ ଟ୍ରକ ଧକ୍କା ଦେଇଥିଲା |

ଫଳରେ ପଛ ଗାଡିର ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଗ୍ୟାସ କଟର ସାହାଯ୍ୟ ରେ କାଟି ଗାଡି ଭିତରେ ଚାପି ହୋଇଥିବା ଡ୍ରାଇଭର କୁ ଉଦ୍ଧାର କରି ଏନ୍ ,ଏଚ ଆଇ ଆମ୍ବୁଲାନ୍ସ ସହାୟତା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି।

ଗୁରୁତର ଡ୍ରାଇଭର ଙ୍କ ପରିଚୟ ମିଳି ପାରିନାହିଁ। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇ ଟ୍ରକ କୁ ଜବତ କରି ତଦନ୍ତ କରୁଛି।

Leave A Reply

Your email address will not be published.