ଯୋଡା ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯୋଡା ପୋଲିସ ହେପାଜତରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ | ଥାନା ଓ ଟାଟା ଷ୍ଟିଲ ମେଡିକାଲରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ| କେନ୍ଦୁଝର ଜିଲ୍ଲା ଯୋଡା ପୋଲିସ ହେପାଜତରେ ଜଣେ ଅଭିଯୁକ୍ତ ଯୁବକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି।

ମୃତକ ଜଣକ ବିରିକଳା ଗ୍ରାମର ଅମ୍ବିକା ନାଏକଙ୍କ ପୁଅ ଦିନେଶ ନାଏକ। ପ୍ରାପ୍ତ ସୂଚନା ମୁତାବକ ଦିନେଶଙ୍କୁ ଗତକାଲି ଏକ ମାମଲାରେ ଯୋଡା ପୋଲିସ ଉଠେଇ ଆଣିଥିଲା। ମଙ୍ଗଳବାର ଅପରାହ୍ନ ସମୟରେ ପୋଲିସ୍ ଦିନେଶଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଯୋଡା ଟାଟାଷ୍ଟିଲ ମେଡିକାଲ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଯୋଡା ଥାନା ଏବଂ ଟାଟାଷ୍ଟିଲ ମେଡିକାଲରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରା ଯାଇଥିବା ଦେଖା ଯାଇଥିଲା।

ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର, ଆଡିସ୍ନାଲ ଏସ୍.ପି, ଡିଏସପି, ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସି ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିଳମ୍ବିତ ରାତିରେ ବଡବିଲ ମେଡିକାଲରେ ମୃତକର ଶବ ବ୍ୟବଚ୍ଛେଦ କରା ଯାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଘଟଣାକୁ ନେଇ ପୋଲିସ୍ ମୁହଁ ଖୋଲୁ ନ ଥିବା ବେଳେ ମୃତକଙ୍କ ପରିବାର ସହ ଯୋଗାଯୋଗ ହୋଇ ପାରିନାହିଁ।

Leave A Reply

Your email address will not be published.