ପାଲବଣୀ ବାଇପାସ ଏକ ଦୋକାନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନ ଥାନା ଅଧୀନରେ ପାଲବଣୀ ବାଇପାସ ଏକ ଦୋକାନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ବାରିପଦା ଟାଉନ ଥାନା ଅଧୀନରେ ପାଲବଣୀ ବାଇପାସ ଏକ ଦୋକାନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ।

ମୃତ୍ୟୁ ର କାରଣ ଅସ୍ପଷ୍ଟ । ମିଳିଥିବା ସୂଚନା ଅନୁଯାୟୀ ମୃତକ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ଥାନା ଅଂଚଳର କୃଷ୍ଣ ପାତ୍ର ବୋଲି ଜଣା ପଡିଥିବା ବେଳେ ସେ ବାରିପଦାର ଏକ ଘରୋଇ କମ୍ପ କାର୍ଯ୍ୟରତ । ବାରିପଦା ସୁନଗଡ଼ିଆ ଅଞ୍ଚଳରେ ଭଡା ସୂତ୍ରରେ ରହୁଥିଲେ । ଗତକାଲି ହୋଲି ପାଳନ ସମୟରେ ପାଲବଣି ବାଇପାସ ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ନିକଟରେ ସେ ନିକଟରେ ରାତି ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ ଉପସ୍ଥିତ ଥିଲେ ।

27ତାରିଖ ସକାଳ ସମୟରେ ତାଙ୍କର ମୃତ ଶରିର ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ । ବାରିପଦା ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ପୋଷ୍ଟମୋଟମ ପାଇଁ ପିଆରେମ୍ ହସପିଟାଲରେ ଭର୍ତ୍ତି କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି |

Leave A Reply

Your email address will not be published.