ନବଚରଣ ମାଝୀ ବିଭିନ୍ନ ମନ୍ଦିର ବୁଲି ଆଶିର୍ବାଦ ଭିକ୍ଷା 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନବଚରଣ ମାଝୀ ବିଭିନ୍ନ ମନ୍ଦିର ବୁଲି ଆଶିର୍ବାଦ ଭିକ୍ଷା | ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ଦଳର ଓଡ଼ିଶାର ୧୮ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ତାଲିକାରେ ପ୍ରକାଶ ପାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାରୁ ନବଚରଣ ମାଝୀ ଙ୍କ ନାମ ରହିଛି ।

ନବଚରଣ ଙ୍କ ନାମ ଆସିବା ପରେ ବିଜେପି କର୍ମୀ ଙ୍କ ମହଲରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଦେବାଦେବୀ ମନ୍ଦିର ସବୁ ବୁଲି କରୁଣା ଭିକ୍ଷା କରୁଛନ୍ତି ନବଚରଣ । ଏହି ପରିପ୍ରେକ୍ଷୀରେ ଆଜି ବାରିପଦାର ଆରାଧ୍ୟ ଦେବୀ “ମା ଅମ୍ବିକା” ଏବଂ ଦ୍ବିତୀୟ ଶ୍ରୀକ୍ଷେତ୍ର ବାସୀ “ଶ୍ରୀଶ୍ରୀ ହରିବଳଦେବ ଜୀଉ” ଙ୍କୁ ଦର୍ଶନ କରି ଦଳର ବିଜୟ ପାଇଁ ଆଶିର୍ବାଦ ଭିକ୍ଷା କରିଛନ୍ତି ପ୍ରାର୍ଥୀ ନବଚରଣ। ଜନକଲ୍ୟାଣ ଯୋଜନା ଦ୍ବାରା ଦେଶରେ ମୋଦିଙ୍କ ପ୍ରତି ଲୋକଙ୍କ ଆକୁଣ୍ଠ ଶ୍ରଦ୍ଧା ରହିଛି ।

ତେଣୁ ଏଥର ଜନମତ ପୁଣିଥରେ ବିଜେପି ଆଡକୁ ଯାଉଛି । ତାଙ୍କୁର ଦଳରୁ ପ୍ରାର୍ଥୀ କରିଥିବାରୁ ଶିର୍ଷ ନିତୃତ୍ବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ତାଲିକାରେ ନାମ ପ୍ରକାଶ ପରେ ଅଦୃଶ୍ୟ ଶକ୍ତିଙ୍କର ଆଶିର୍ବାଦ ଏକାନ୍ତ କାମ୍ୟ , ତେଣୁ ତମାମ ଜିଲ୍ଲା ପରିକ୍ରମା କରି କର୍ମୀ ଙ୍କୁ ଭେଟିବା ସହ ଦେବାଦେବୀଙ୍କ ଆଶିର୍ବାଦ କାମନା କରୁଛି ବୋଲି ନବଚରଣ ପ୍ରାକାଶ କରିଛନ୍ତି

Leave A Reply

Your email address will not be published.