ପ୍ରାଚୀନ ପରମ୍ପରା ଓ ଐତିହ୍ୟର ପ୍ରତିକ ମୁନସୀ ମେଳଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରାଚୀନ ପରମ୍ପରା ଓ ଐତିହ୍ୟର ପ୍ରତିକ ମୁନସୀ ମେଳଣ । ପ୍ରାଚୀନ ପରମ୍ପରା ତଥା ଐତିହ୍ୟ ସଂସ୍କୃତିକୁ ଉଦ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ କଟକ ଜିଲ୍ଲା ସାଲେପୁରରେ ପାଳିତ ହେଉଛି ମୁନିସୀ ମେଲଣ |

ଏହି ପରିପ୍ରେକ୍ଷୀରେ ଦୋଳ ଦଶମୀ ଦିନଠାରୁ ମନ୍ଦିର ଏବଂ ଭାଗବତ ଗାଦୀରୁ ଚଳନ୍ତି ପ୍ରତିମା ମାନଙ୍କୁ ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁ ଭକ୍ତମାନେ ବିଭୁକୃପା ପାଇବା ସହ ପାଳନ କରନ୍ତି ଏହି ମୁନିସୀ ମେଲଣ | ପ୍ରତି ବର୍ଷ ପରି ଚଳିତ ବର୍ଷ ସାଲେପୁର ଥାନାର ଭାରପ୍ରାପ୍ତ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଏବଂ ଅଞ୍ଚଳ ବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ମୁନିସୀ ମେଲଣ |

ଏହି ମେଲଣ ହୋଲି ଦିନ ସନ୍ଦ୍ୟାରୁ ଆରମ୍ଭ ହୋଇ ହୋଲି ପରଦିନ ସଖାଳୁ ସମାପ୍ତ ହୋଇଥାଏ | ମେଳଣ ଦେଖିବାକୁ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁତ ଜଣସମାଗମ ହୋଇଥିଲା | ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ତଥା ଭାଇଚାରା ସୃଷ୍ଟି କରିବା ପାଇଁ ଏହି ମେଲଣର ଉଦେଶ୍ୟ ବୋଲି କମିଟିର ସଭାପତି କହିଛନ୍ତି |

Leave A Reply

Your email address will not be published.