ହୋଲି ହେଲା କାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହୋଲିହେଲା କାଳ | ହୋଲିଖେଳି ସାରି ପୋଖରୀରେ ଗାଧେଇ ବାକୁ ଯାଇ ନାବାଳକ ମୃତ୍ୟୁ | କଟକ ଜିଲ୍ଲା ସାଲେପୁରବ୍ଲକ ଛାଣିପୁର ପଞ୍ଚାୟତ ର ସରୋଜ କୁମାର ଦାସ ଙ୍କ ପୁତ୍ର ଆଶିଷ କୁମାର ଦାସ ବୟସ ୧୭ ବର୍ଷ ସେ +୨ ବର୍ଷର ଛାତ୍ର |

ହୋଲିଖେଳି ସାରି କରମୁଁଆ ପୋଖରୀକୁ ଗାଧେଇ ବାକୁ ଯାଇଥିଲେ | ଗାଁ ଲୋକହଠାତ ଦେଖିଥିଲେ ଯେ ଗାଧେଇବା ବେଳେ ପିଲାଟି ବୁଡିଯାଉଛି ଗାଁ ଲୋକ ଡ଼କାଡ଼କି ହୋଇ ପିଲାଟିକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ହେଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ହେଲେ କିଏ ଜାଣିଥିଲା ରଙ୍ଗ ଖେଳି ଗାଧୋଇବାକୁ ଯାଇ ଆଉଫେରିବନି ବୋଲି ଆଶିଷ l ସାଲେପୁର ପୋଲିସ ପହଁଞ୍ଚି ଶବକୁ ପୋଷ୍ଟ ମଟମ ପାଇଁ ପଠେଇ ତଦନ୍ତ ଚଳାଇଛି |

Leave A Reply

Your email address will not be published.