ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଆଜି ସମାପ୍ତ ହୋଇଯାଇଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ ନୀଲାବାଡ଼ି ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ବୁଧବାର ଦିନ ସମାପ୍ତ ହୋଇଯାଇଛି। ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା |

କିନ୍ତୁ ହାତ ଗଣତି ପୋଲିସ ମୁତୟନ ହୋଇଥିବାରୁ ଆଇନ ଶୃଙ୍ଖଳା ଯାତ୍ରା ସମୟରେ ବିଗିଡ଼ି ଯାଇଥିବା ଦେଖିବାକୁ ମିଳିଥିଲା | ଯାତ୍ରା ପ୍ରବଳ ମଦ ବିକ୍ରୀ ହେବା ସହ ଜୁଆ ଓ ଲୋଡୁ ଖେଳ ସାଜିଥିଲା ମୁଖ୍ୟ ଆକର୍ଷଣ। ପ୍ରତ୍ୟେକ ସ୍ଥାନରେ ଭକ୍ତଙ୍କ ମୋବାଇଲ୍ ଠାରୁ ଆରମ୍ଭ କରି ଟଙ୍କା ପଇସା ଚୋରିର ଏକ ରାକେଟ, ବୁଲି ବୁଲି ଚୋରି କରୁଥିଲେ | ଏନେଇ କମିଟି ଓ ଭକ୍ତ ସର୍ଦ୍ଦାଳୁ ପୋଲିସକୁ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ହାତ ଟେକି ଦେଇଥିଲେ।

କିନ୍ତୁ କମିଟି କିଛି ଯୁବକ ତତ୍ପରତା ଦେଖାଇ ମୋବାଇଲ୍ ଓ ଟଙ୍କା ଚୋରି କରୁଥିବା ରାକେଟକୁ ଠାବ କରି ତାଙ୍କ ଠାରୁ ଦୁଇଟି ବଡ଼ ମୋବାଇଲ୍ ଓ ତିନୋଟି ସାନ ମୋବାଇଲ୍ ଏବଂ ଦୁଇଟି ମନି ପୋର୍ସ ଉଦ୍ଧାର କରି ବା ସହ ଏକ ମାରାଣାସ୍ତ୍ର ଉଦାର କରି ବନ୍ଧୁଗାଁ ପୋଲିସକୁ ଯିମା ଦେଇଥିଲେ। ଏନେଇ ବନ୍ଧୁଗାଁ ତହସିଲ ତଥା ଯାତ୍ରା ଅଧ୍ୟକ୍ଷା ଶ୍ରୀମତୀ ସନାଲୀ ପାତ୍ର ଓ ଥାନା ଅଧିକାରୀ ପ୍ରଶନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ କୈାଣସି ପ୍ରତିକ୍ରିୟା ଦେବାକୁ ମନାକରି ଦେଇ ଥିଲେ।

Leave A Reply

Your email address will not be published.