ବ୍ରାହ୍ମଣ ଗାଁ ଠାରେ ଦୋଳ ମେଳଣ ଧୁମ୍ ଧାମରେ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବ୍ରାହ୍ମଣ ଗାଁ ଠାରେ ଦୋଳ ମେଳଣ ଧୁମ୍ ଧାମରେ ଅନୁଷ୍ଟିତ। ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଞ୍ଚାୟତ ର ମେଳଣ ପଡିଆ ରେ ବହୁ ଧୁମ୍ ଧାମରେ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ରେ ବିଭିନ୍ନ ସ୍ଥାନ ରୁ ୪୩ ଟି ସୁସଜ୍ଜିତ ବିମାନ ବିଶାଳ ଜନସମାଗମ ଓ ଶୋଭାଯାତ୍ରା ରେ ଭଗବାନ ଙ୍କୁ ନେଇ ମେଳଣ ପଡିଆକୁ ଆସିଛନ୍ତି। ଅନେକ ସ୍ଥାନ ରୁ ବହୁ ଜନ ଗହଳି ଲାଗି ରହିଥିବାର ଦେଖା ଦେଇଛି।

ଦୁଇ ଦିନ ଧରି ଉତ୍ସବ ଅନୁଷ୍ଠିତ ହୋଇ ଥିବା ବେଳେ ମେଳଣ କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଓ ପ୍ରସ୍ତୁତି କରାଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନ ରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ଭଗବାନ ଙ୍କୁ ଦର୍ଶନ କରିବା ସହ ମିନା ବଜାର ର ମଜ୍ଜା ନେଇ ଥାଆନ୍ତି।

Leave A Reply

Your email address will not be published.