ନିଆରା ଢଙ୍ଗରେ ହୋଲି ପାଳନ କଲେ ବିଜେପି ନେତା ମନୋଜ ନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଆରା ଢଙ୍ଗରେ ହୋଲି ପାଳନ କଲେ ବିଜେପି ନେତା ମନୋଜ ନାୟକ। ବୃଦ୍ଧାଶ୍ରମରେ ଅନ୍ତେ ବାସୀଙ୍କ ସହ ହୋଲି ପାଳନ କଲେ ବିଜେପି ନେତା ମନୋଜ ନାୟକ। ରଙ୍ଗର ପର୍ବ ହୋଲି ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସାରା ବାସୁଦେବପୁର।

ବିଭିନ୍ନ ସ୍ଥାନ ରେ ସବୁ ଗାଁ ରେ ହୋଲି ଖେଳ ରେ ସମସ୍ତେ ଲାଗି ପଡ଼ି ଥିଲେ। ଏହି ସମୟରେ ବିଜେପି ନେତା ମନୋଜ ନାୟକ ନିଜ ସମର୍ଥକ ମାନଙ୍କୁ ନେଇ ଉପସ୍ଥିତ ରହି ଥିଲେ ବାସୁଦେବପୁର ରେ ଥିବା ବାଲାଜୀ ବାସନ୍ତୀ ବୃଦ୍ଧାଶ୍ରମ ରେ, ସେଠାରେ ଥିବା ଅନ୍ତେ ବାସୀ ମାନଙ୍କ ସାଥୀ ରେ ରଙ୍ଗ ଲଗାଇ ଆର୍ଶୀବାଦ ନେଇଥିଲେ ମନୋଜ। ତାଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ଉପସ୍ଥିତ ରହି ଥିଲେ।

ଆଜି ଏହି ପବିତ୍ର ଦିନରେ ମା ବାପା ମାନଙ୍କ ଆର୍ଶୀବାଦ ନେଇ ମୁଁ ବହୁତ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ମନୋଜ। ସମସ୍ତ ଯୁବ ବର୍ଗ ମାନଙ୍କୁ ତାଙ୍କର ବାର୍ତ୍ତା ଦେଇ କିଆଁ ଯିବି ମୁଁ ମନ୍ଦିର | ମୋ ପାଇଁ ମୋ ବାପା ବୋଉ ଚଳନ୍ତି ଠାକୁର, ସମସ୍ତେ ବାପା ମା ଙ୍କୁ ଖୁସି କରାଇ ପାରିଲେ ପ୍ରକୃତ ଆନନ୍ଦ ଅନୁଭବ କରିହୁଏ ବୋଲି କହିଛନ୍ତି ମନୋଜ।

Leave A Reply

Your email address will not be published.