ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲକୁ ଆସୁଥିବା ସମୟରେ ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଏକ ବୋଲେରୋକୁ ଟ୍ରକ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ମଥୁରାଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବୋଲେରୋ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତମାନଙ୍କୁ ଉଦ୍ଧାର କରାଯାଇ ଜୁନାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ଗୋଟିଏ ପରିବାର ବୋଲି ଜଣାପଡ଼ିଛି। ସମସ୍ତଙ୍କ ଘର ମହୁଲପାଟଣା ଅଞ୍ଚଳରେ । ସୂଚନା ମୁତାବକ, ଆଜି ସକାଳେ ପରିବାର ଲୋକେ ରୋଗୀକୁ ନେଇ ବୋଲେରୋ ଯୋଗେ ଡାକ୍ତରଖାନା ଯାଉଥିଲେ। ମଥୁରାଛକ ନିକଟରେ ବୋଲେରୋ ସହ ଟ୍ରକର ଧକ୍କା ହୋଇଥିଲା। ପରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ସମସ୍ତ ସଦସ୍ୟ ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ସେମାନଙ୍କୁ ବାହାର କରିଥିଲେ। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବୋଲେରୋ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଡ୍ରାଇଭର ବିରିକୋଟ ଗ୍ରାମର ଦିଲୀପ ନାଏକ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.