ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରଥମ ଜାତୀୟ ବିଜ୍ଞାନ ପୁରସ୍କାର-୨୦୨୪ ବିତରଣ କରାଯାଇଛି। ଭାରତର ପ୍ରଥମ ଚନ୍ଦ୍ର ଅବତରଣ ପଛରେ ଥିବା ଟିମ୍ଙ୍କ ସମେତ ଦେଶର ୩୩ଜଣ ବୈଜ୍ଞାନିକଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାରରେ ଆଜି ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଡକ୍ଟର ଦିଗେନ୍ଦ୍ରନାଥ ସ୍ବାଇଁ ଏବଂ କୃଷି ବୈଜ୍ଞାନିକ ସ୍ବରୂପ କୁମାର ପରିଡାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ବିଜ୍ଞାନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନଜନକ ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଶା ମାଟିର ଦୁଇ ସୁଯୋଗ୍ୟ ସନ୍ତାନ । ଯାନ୍ତ୍ରିକ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅବଦାନ ପାଇଁ ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଦିଗେନ୍ଦ୍ରନାଥ ସ୍ବାଇଁ ।
ଡକ୍ଟର ପରିଡ଼ା ଦିଲ୍ଲୀସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ପ୍ଲାଣ୍ଟ୍ ଜିନୋମ୍ ରିସର୍ଚ୍ଚ (ଏନ୍ଆଇପିଜିଆର୍)ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ଡକ୍ଟର ସ୍ବାଇଁ ତିରୁଅନନ୍ତପୁରମ୍ସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଆଜି ବିଜ୍ଞାନ ରତ୍ନ, ବିଜ୍ଞାନଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ବରୂପ ଭଟ୍ଟନାଗର ଓ ବିଜ୍ଞାନ ଟିମ୍ ଅଧୀନରେ ୧୩ଟି କ୍ଷେତ୍ର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।
Comments are closed.