ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନଭଣ୍ଡାରରେ ଖାଲିଥିବା ସିନ୍ଦୁକ ଓ ଆଲମିରା । ଏହାକୁ ପରେ ନିଳାଦ୍ରୀ ମ୍ୟୁଜିଅମକୁ ହେବ ସ୍ଥାନାନ୍ତର । ସ୍ଥାନାନ୍ତର ପରେ ରତ୍ନ ଭଣ୍ଡାର ଯାଞ୍ଜ କରିବ ପ୍ରତ୍ନତତ୍ତ୍ଵ ବିଭାଗ । ପୂର୍ବରୁ ରତ୍ନଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବା କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ପୁଣି ରତ୍ନଭଣ୍ଡାରରେ ଖାଲିଥିବା ସିନ୍ଦୁକ ଓ ଆଲମିରାକୁ ସେଠାରୁ କଢାଯାଇ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ । ଏସଓପି ମୁତାବକ, ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ଏକ ରୁମକୁ ଏହା ସ୍ଥାନାନ୍ତର କରାଯିବ।
ଏଥିପାଇଁ ଦିନ ଗୋଟାଏରୁ ସ୍ଥାନାନ୍ତର ସରିବା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ତେବେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ। ଏହାପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇକୁ ଦାୟିତ୍ଵ ଦିଆଯିବ । ତେବେ ଏନେଇ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, “ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ଶୁକ୍ରବାର ଦିନ 2ଟାରୁ ସିନ୍ଦୁକ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ କଟକଣା ରହିବ ।” ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ଶେଷ ହେବ ସେ ନେଇ ସବୁ ପ୍ରସ୍ତୁତି ସରିଛି । ସିନ୍ଦୁକ ଗୁଡିକ କିଭଳି ସ୍ଥାନାନ୍ତର ହେବ ଏଥିପାଇଁ ଏକ ଅଭିଜ୍ଞ ବୈଷୟିକ ଟିମ୍ କାର୍ଯ୍ୟ କରିବ।
ପରେ sop ଅନୁଯାୟୀ ଏଏସଆଇ ରତ୍ନ ଭଣ୍ଡାର କୁ ଅତ୍ୟାଧୁନିକ ମେସିନ ତଥା ପଦ୍ଧତିରେ ଯାଞ୍ଜ କରିବ । ରତ୍ନ ଭଣ୍ଡାରରେ ଆଉ କିଛି ଗୁପ୍ତ କୋଠରୀ ଅଛିକି ନାହିଁ ତାହା ଖୋଜିବ ଏଏସଆଇ । ଏହି ଯାଞ୍ଚ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ଯେଉଁ ଭକ୍ତ ମାନେ ମହାପ୍ରସାଦ କିଣିବା ପାଇଁ ଚାହିଁବେ ସେମାନେ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରି ବାହାର ବେଢାରେ ଥିବା ଆନନ୍ଦ ବଜାର ରାସ୍ତା ଦେଇ ମହାପ୍ରସାଦ କିଣି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିପାରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବା ବେଳେ ଆଜି ମହାପ୍ରଭୁଙ୍କର ସଅଳ ନୀତି କାନ୍ତି ଅନୁଷ୍ଠିତ ହେବ ।
Comments are closed.