ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ବିଲକୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆଗତ କରିଛନ୍ତି ।  ଏହି ବିଲ୍ ପାସ୍ ହେଲେ ୟୁସିସି ଲାଗୁ କରିବାରେ ଉତ୍ତରାଖଣ୍ଡ ଦେଶ ପ୍ରଥମ ରାଜ୍ୟ ହେବ । ଏହା ଦ୍ବାରା ଧର୍ମନିର୍ବିଶେଷରେ ବିବାହ, ଛାଡପତ୍ର, ଜମିଜମା, ସମ୍ପତ୍ତି, ଉତ୍ତରାଧିକାରୀତ୍ବ କ୍ଷେତ୍ରରେ ରାଜ୍ୟର ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ମିଳିବ । ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ପରେ ଗୃହକୁ ଦ୍ବିପ୍ରହର ୨ଟା ଯାଏଁ ମୁଲତବୀ ରଖାଯାଇଛି । ଗତ ରବିବାର ଏକକ ନାଗରିକ ସଂହିତା ବିଲକୁ ଧାମୀ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା ।

ସୋମବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଚାରି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଏହି ବିଲ୍ ଆଗତ ହୋଇଛି । ଆଜି ପ୍ରଶ୍ନକାଳକୁ ବାତିଲ କରାଯାଇ, UCC ବିଲ୍ ଆଗତ କରାଯାଇଥିଲା । ପ୍ରଶ୍ନକାଳ ବାତିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ ବିଧାୟକ । ବିଲ୍ ଆଗତ ପରେ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ପୂର୍ବରୁ ସର୍ବୋଚ୍ଚ କୋର୍ଟଙ୍କ ଅବସରପ୍ରାପ୍ତ ଆଇନଜୀବୀ ରଞ୍ଜନା ଦେଶାଇଙ୍କ ନେତୃତ୍ବରେ ଗଠିତ କମିଟି ୟୁସିସି କାର୍ଯ୍ୟକାରିତା ସମ୍ପର୍କିତ ଡ୍ରାଫ୍ଟ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ରବିବାର ଧାମି କ୍ୟାବିନେଟରେ ଏହି ଡ୍ରାଫ୍ଟକୁ ଅନୁମୋଦନ ମିଳିଥିଲା । ସୋମବାର ଦିନ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ, ”ୟୁନିଫର୍ମ ସିଭିଲ କୋଡ ଲାଗୁ ପାଇଁ ବିଚାର ବିମର୍ଶ ଚାଲିଛି । ଭାରତ ଲ କମିଶନଙ୍କ ଦ୍ବାରା ଏହାର ସମୀକ୍ଷା କରାଯାଉଛି । ଏହା କେବଳ କେନ୍ଦ୍ରର ପ୍ରସଙ୍ଗ ନୁହେଁ । ସମ୍ବିଧାନ ପ୍ରସ୍ତୁତ ହେବା ସମୟରେ ମଧ୍ୟ ଏହା ଉପରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.