କାଳ ହେଲା ରିଲ୍ସ ନିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳ ହେଲା ରିଲ୍ସ ନିଶା । ସୋସିଆଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ।  ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍‌, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମାନ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ |

ସୂଚନା ଅନୁସାରେ, ସୋମବାର ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାର ଏହି ୨ ଯୁବତୀ ପରିବାର ସହ ପିକନିକ ପାଇଁ ଗୋବିନ୍ଦପାଲ୍ଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତକୁ ଆସିଥିଲେ । ତେବେ ଏଠାରେ ଏମାନେ ବୁଲାବୁଲି କରିବା ସହ ଖୁସିର ମୁହୂର୍ତ୍ତ ସାଇତି ରଖିବା ପାଇଁ ରିଲ୍ସ କରୁଥିଲେ । ଆଉ ଅସାବଧାନତା ବଶତଃ ସେମାନଙ୍କ ଗୋଡ ସେଠାରେ ଖସି ଯାଇଥିଲା । ଫଳରେ ସେମାନେ ପାଣି ଭିତରକୁ ଖସି ଯାଇଥିଲେ । ପାଣିର ପ୍ରଖର ସ୍ରୋତ କାରଣରୁ ସେମାନେ ଆଉ ବାହାରକୁ ଆସି ନପାରି ଚିତ୍କାର କରୁଥିଲେ । ପରିବାର ଲୋକ ବି ଭୟଭୀତ ଓ ଅସହାୟ ହୋଇ ପଡିଥିଲେ ।

ଆଉ ଏହା ଦେଖି ସେମାନଙ୍କ ସହ ଯାଇଥିବା ଗୋବିନ୍ଦପାଲ୍ଲିର ଦୁଇ ଜଣ ଡ୍ରାଇଭର ଜିତୁ ଗୌଡ ଓ ଦୀପକ ଗୌଡ ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ । ଆଉ ଏହି ୨ ଯୁବତୀଙ୍କୁ ପାଣି ଭିତରୁ ଟାଣି ଆଣି ସେମାନଙ୍କ ଜୀବନ ବଞ୍ଚାଇଥିଲେ ।ଗୁମ୍ମାଝରଣ ଜଳପ୍ରପାତର ସୌନ୍ଦର୍ଯ୍ୟତା କାରଣରୁ ଏଠାକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏଠି ସୁରକ୍ଷା ବାଡ ବ୍ୟବସ୍ଥା ନଥିବାରୁ ଏମିତି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.